Wednesday, November 11, 2026
Home ଆଞ୍ଚଳିକ ଟ୍ରୋଲର୍ସଙ୍କୁ ଏମିତି ଜବାବ ଦେଲେ ଅନିଲ କପୁର୍

ଟ୍ରୋଲର୍ସଙ୍କୁ ଏମିତି ଜବାବ ଦେଲେ ଅନିଲ କପୁର୍

10

ନୂଆଦିଲ୍ଲୀ, ୧୬/୦୯/୨୧ (ଜିଲ୍ଲା ଖବର) : ୬୪ ବର୍ଷ ବୟସରେ ଆଜିବି ନିଜକୁ ଏକଦମ୍ ଫିଟ ରଖିଛନ୍ତି ବଲିଉଡ ଅଭିନେତା ଅନିଲ କପୁର । ତାଙ୍କ ଫିଟନେସରେ ସେ ସମସ୍ତଙ୍କୁ ଫିଦା କରନ୍ତି । ଏ ବୟସରରେ ବି ତାଙ୍କୁ ଯେକିହିବି ଦେଖିଲେ, ତାଙ୍କ ବୟସର ଅନ୍ଦାଜ ଲଗାଇବା ମୁସ୍କିଲ । ତେବେ ତାଙ୍କର ଏହି ଫିଟନେସ ପଛର ରାଜ୍ କ’ଣ, ଏହା ଜାଣିବାକୁ ସମସ୍ତଙ୍କର ଇଚ୍ଛା  ।

ନିକଟରେ ବଲିଉଡ ଅଭିନେତା ଅନିଲ କପୁର, ଅରବାଜ ଖାନଙ୍କ ଚାଟ ଶୋ’ ରେ ନଜର ଆସିଥିଲେ। ଏହି ଶୋ’ରେ ସେ ଟ୍ରୋଲର୍ସଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ଶୋ’ରେ ଅରବାଜ ଖାନ ଅତିଥି ଭାବରେ ଆସିଥିବା ସେଲିବ୍ରିଟିଙ୍କୁ , ସୋସିଆଲ ମିଡିଆରେ ଟ୍ରୋଲ ହେଉଥିବା କିଛି କମେଣ୍ଟ ପଢି ଶୁଣାନ୍ତି ଏବଂ ସେଲିବ୍ରିଟି ତାର ଉତ୍ତର ଦିଅନ୍ତି। ଠିକ୍ ସେମିତି ଅନିଲ କପୁରଙ୍କ କ୍ଷେତ୍ରରେ ମଧ୍ୟ ଘଟିଥିଲା । ସେ ମଧ୍ୟ ପ୍ରଶ୍ନର ଉତ୍ତର ଦେଇଥିଲେ ।

ତେବେ ଏହ ଶୋ’ରେ ଅରବାଜ ଖାନଙ୍କ ସହ କଥାବାର୍ତ୍ତା କରିବା ସମୟରେ  ଟ୍ରୋଲରର୍ସଙ୍କୁ ମଜାଦାର ଜବାବ୍ ଦେଇଥିଲେ ଅନିଲ କପୁର । ଯେଉଁମାନେ ସୋସିଆଲ ମିଡିଆରେ କହୁଥିଲେ ଯେ, ଅନିଲ କପୁର ୟଙ୍ଗ୍ ଦେଖା ଯିବା ପାଇଁ, ସାଥିରେ ପ୍ଲାଷ୍ଟିକ୍ ସର୍ଜନଙ୍କ ସାଥେ ରୁହନ୍ତି ।  ଏବଂ ଏହା ସହିତ ସେ ସାପ ରକ୍ତ ପିଅନ୍ତି ।

ଏହି ଭିଡିଓ ଦେଖି ଅନିଲ କପୁର ହସିଥିଲେ ଏବଂ ଅରବାଜ ଖାନଙ୍କୁ କହିଲେ, ପ୍ରକୃତରେ ଆପଣମାନେ ଟଙ୍କା ଦେଇ…ଠିକ ଏତିକିବେଳେ ଅରବାଜ ଖାନ ତାଙ୍କୁ ଭରସା ଦେଇଥିଲେ ଯେ, କମେଣ୍ଟ ୧୦୦% ସତ ।

ଏହାପରେ ଅନିଲ କପୁର କହିଛନ୍ତି ଯେ, , ବ୍ୟକ୍ତିଗତ ଭାବେ, ପ୍ରଫେସନାଲି ଓ ଫାଇନାନସିଆଲି  ମୁଁ ଭାଗ୍ୟବାନ ଯେ, ଏତେ ଭଲ ଜୀବନ ଜିଇଁଛି । ଦର୍ଶକ ମତେ ଏତେ ଭଲ ପାଉଛନ୍ତି, ଯେଉଁଥିପାଇଁ ମୋତେ ଭଲ ଦେଖାଯିବାରେ ସାହାଯ୍ୟ ମିଳିଛି। ମୁଁ ଭାବୁଛି ଯଦି ଆପଣ ଦିନର ୨୪ ଘଣ୍ଟାରୁ ଗୋଟିଏ ଘଣ୍ଟା ବାହାର କରି ନିଜର ଯତ୍ନ ନେଇ ପାରିବେ ନାହିଁ, ତେବେ ଜୀବନର କିଛି ଅର୍ଥ ନାହିଁ।