Sunday, November 15, 2026
Home ଆଞ୍ଚଳିକ ନିଜ ଝିଅ ପରି ଶେହନାଜ୍‌ଙ୍କୁ ବୁଝାଉଛନ୍ତି ସିଦ୍ଧାର୍ଥଙ୍କ ମା’

ନିଜ ଝିଅ ପରି ଶେହନାଜ୍‌ଙ୍କୁ ବୁଝାଉଛନ୍ତି ସିଦ୍ଧାର୍ଥଙ୍କ ମା’

15

ନୂଆଦିଲ୍ଲୀ,୧୬/୦୯/୨୧ (ଜିଲ୍ଲା ଖବର) : ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ପରେ , ଏ ଦୁଃଖକୁ ସହି ପାରୁ ନାହାଁନ୍ତି ତାଙ୍କର ପରିବାର ଓ ତାଙ୍କ ଘନିଷ୍ଠ ବାନ୍ଧବୀ ଶେହନାଜ୍ ଗିଲ୍ ।  ସିଦ୍ଧାର୍ଥଙ୍କ ମୃତ୍ୟୁକୁ କିଛି ଦିନ ବିତିଯାଇଥିଲେ ହେଁ, ଏକଥାକୁ ଭୂଲି ପାରୁ ନାହାଁନ୍ତି  ସେମାନେ । ଏହା ସହିତ ଫ୍ୟାନ୍ସମାନେ ମଧ୍ୟ ଭାଙ୍ଗି ପଡଛନ୍ତି ।

ସିଦ୍ଧାର୍ଥଙ୍କ ମତ୍ୟୁକୁ ଏବେ ଯାଏଁ ସହଜେ ବିଶ୍ବାସ କରି ପାରୁ ନାହାଁନ୍ତି ଶେହନାଜ୍ । ପ୍ରତି ମୁହୂର୍ତ୍ତରେ ସିଦ୍ଧାର୍ଥଙ୍କୁ ଝୁରି ହେଉଛନ୍ତି ସେ । ଏହା ତାଙ୍କୁ ବହୁତ୍ ବଡ ଝଟକା ଦେଇଛି । ତେବେ ଶେହନାଜଙ୍କର ଏପରି ସମୟରେ ତାଙ୍କୁ ସପୋର୍ଟ କରୁଛନ୍ତି ସିଦ୍ଧାର୍ଥଙ୍କ ମା’ । ଏବେ ସେ ନିଜ ମା’ ପରି ଶେହନାଜଙ୍କ କଥା ବୁଝୁଛନ୍ତି । ଝିଅ ପରି ତାଙ୍କୁ ବୁଝାଉଛନ୍ତି ।

ସିଦ୍ଧାର୍ଥଙ୍କ ମା’ ରିତା ଶୁକ୍ଳାଙ୍କ ମତରେ, ଯଦି ଶେହନାଜ ସବୁବେଳେ ଏମିତି ରୁହନ୍ତି, ସବୁବେଳେ ସିଦ୍ଧାର୍ଥଙ୍କ କଥା ଭାବନ୍ତି ତେବେ, ସେ ଡିପ୍ରେସନକୁ ଚାଲି ଯାଇ ପାରନ୍ତି । ଯେଉଁଥିପାଇଁ ସେ ପୁଣି ଥରେ ନିଜ କାମକୁ ଫେରିବାକୁ ଶେହନାଜଙ୍କୁ ପରାମର୍ଶ ଦେଉଛନ୍ତି । କାମରେ ବ୍ୟସ୍ତ ରହିଲେ ହିଁ, ସେ ସବୁ ଦୁଃଖକୁ ଭୂଲି ପାରିବେ ବୋଲି ରିତା ଶୁକ୍ଳାଙ୍କ ମତ । ସବୁ ମୁହୂର୍ତ୍ତରେ ସିଦ୍ଧାର୍ଥଙ୍କ କଥା ଭାବିବା ବ୍ୟତୀତ, ସେ ଯେ କୌଣସି କାମରେ ନିଜକୁ ବ୍ୟସ୍ତ ରଖିବା ଉଚିତ୍ ।