
ନୂଆଦିଲ୍ଲୀ,୧୬/୦୯/୨୧ (ଜିଲ୍ଲା ଖବର) : ବନ୍ଦ ହେବ ବଲିଉଡର ଦିବଙ୍ଗତ ଅଭିନେତା ଦିଲୀପ୍ କୁମାରଙ୍କ ଟ୍ବିଟର ଆକାଉଂଟ । ଦିଲୀପ୍ କୁମାରଙ୍କ ଦେହାନ୍ତ ପରେ,ଏବେ ତାଙ୍କ ପତ୍ନୀ ସାୟରା ବାନୁ ତାଙ୍କର ଟ୍ବିଟର ଆକାଉଂଟ ବନ୍ଦ କରହିବାକୁ ନିଷ୍ପତି ନେଇଛନ୍ତି । ଫୈଜଲ ଫାରୁକି ଦିଲୀପ କୁମାରଙ୍କ ଟ୍ୱିଟର ଆକାଉଣ୍ଟକୁ ପରିଚାଳନା କରୁଥିଲେ, ହେଲେ ଏବେ ସେ ଦିଲୀପ କୁମାରଙ୍କ ଆକାଉଣ୍ଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା, ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ଦିଲୀପ କୁମାରଙ୍କ ମୁଖପାତ୍ର ଫୈଜଲ ଫାରୁକି ଟ୍ବିଟ କରି କହିଛନ୍ତି ଯେ, ‘ଅନେକ ଆଲୋଚନା ଏବଂ ବିଚାର ପରେ ସାଇରା ବାନୁଙ୍କ ସହମତିରେ ମୁଁ ପ୍ରିୟ ଦିଲୀପ କୁମାର ସାରଙ୍କ ଏହି ଟ୍ୱିଟର ଆକାଉଣ୍ଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଆପଣଙ୍କ ନିରନ୍ତର ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବାଦ।’ ତେବେ ଏହି ଘୋଷଣା ପରେ, ଅଭିନେତାଙ୍କ ଫ୍ୟାନ୍ସମାନେ ତାଙ୍କର ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇ ଅଭିନେତାଙ୍କୁ ମନେ ପକାଇଛନ୍ତି ।


