Home ଆଞ୍ଚଳିକ DRDO ତଥ୍ୟ ଲିକ୍ ଘଟଣା, ବାଲେଶ୍ୱରରେ କ୍ରାଇମବ୍ରାଞ୍ଚର 4 ଜଣିଆ ଟିମ୍

DRDO ତଥ୍ୟ ଲିକ୍ ଘଟଣା, ବାଲେଶ୍ୱରରେ କ୍ରାଇମବ୍ରାଞ୍ଚର 4 ଜଣିଆ ଟିମ୍

10

ବାଲେଶ୍ୱର,୧୬/୦୯/୨୧ (ଜିଲ୍ଲା ଖବର) :  ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ଘଟଣା । ଆଜି ବାଲେଶ୍ୱରରେ ପହଁଚିଛନ୍ତି କ୍ରାଇମବ୍ରଞ୍ଚର ୪ ଜଣିଆ ଟିମ୍  ।  ଏହି ଟିମର ନେତୃତ୍ତ୍ୱ ନେଉଛନ୍ତି ଆଡିସନାଲ ଏସପି ପ୍ରଶାନ୍ତ ବିଶୋଇ ।  ଏବଂ ଏହି ଟିମରେ ଦୁଇ ଜଣ DSP ରାଙ୍କର ପୁଲିସ ଅଧିକାରୀ ଓ ୨ ଜଣ ଇନସପେକ୍ଟର ଅଛନ୍ତି ।

ଆଜି ଡିଆରଡିଓ ଯାଇ ତଦନ୍ତ ଆରମ୍ଭ କରିବ କ୍ରାଇମବ୍ରାଞ୍ଚ । ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଚୋରି ଘଟଣା ନୂଆ ନୂଆ ମୋଡ ନେବାରେ ଲାଗିଛି । ଗିରଫ ହୋଇଥିବା ୪ ଜଣ ଠିକା କର୍ମଚାରୀଙ୍କୁ ‘ ହନିଟ୍ରାପ୍ ’ ରେ ପକାଯାଇଥିବାର ପ୍ରମାଣ ମିଳିଛି । ଜଣେ ପାକିସ୍ତାନୀ ଯୁବତୀ ଏମାନଙ୍କ ସହ କଥା ହେଉଥିଲେ, ଏବଂ କଲ ରେକର୍ଡରେ ସେହି ପାକିସ୍ତାନୀ ଝିଅର ଭଏସ ମଧ୍ୟ ରହିଛି ।

 ଜାମିନ ଆବେଦନ ଖାରଜ ହେବା ପରେ ଏହି ଅଭିଯୁକ୍ତମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କିନ୍ତୁ ଏମାନେ କେଉଁ ପ୍ରକାରର ତଥ୍ୟ ଲିକ୍ କରୁଥିଲେ, ଏହା ବଦଳରେ ସେମାନଙ୍କୁ କଣ ମିଳୁଥିଲା, ଏବଂ କେମିତି ଏହି କାରବାର ଚାଲିଥିଲା ଏ ବିଷୟରେ ପୋଲିସ ନିରବ ରହିଛି । ମାମଲାର ତଦନ୍ତ ଦାୟିତ୍ୱ ଏବେ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି ।