
୧୬/୦୯/୨୧ (ଜିଲ୍ଲା ଖବର) : ଶେଷରେ ଫେରିଲା ସ୍ୱିଗି ବଏ ପତିତପାବନ ଆଉ ତାର ପ୍ରେମିକା । ତେବେ ଛୁରାମାଡ ଆଉ ଫେରାର ଘଟଣା ଡ୍ରାମା ହୋଇଥିବା ବେଳେ, ପତିତପାବନ ବହୁ ପୂର୍ବରୁ ଏଥିଲାଗି ଯୋଜନା କରିଥିଲା। ଅନୈତିକ ପ୍ରେମରୁ ଅପହରଣ ନାଟକ।
ମଧ୍ୟପ୍ରେଦଶରେ ଧରାପଡିଲା ପରେ ଡ଼େଲିଭରୀ ବୟ । ପରେ କମିଶନରେଟ୍ ପୋଲିସ ଏକ ସ୍ବତନ୍ତ୍ର ଟିମ୍ ମଧ୍ୟପ୍ରଦେଶରୁ ଡେଲିଭରୀ ପତିତପାବନ ଓ ଗୋପ ଅଞ୍ଚଳ ଜଣେ ଯୁବତୀଙ୍କୁ ଧରି ଭୁବନେଶ୍ୱରରେ ପହଞ୍ଚିଛି ଧଉଳି ଥାନା ପୋଲିସ। ତେବେ ଉଭୟଙ୍କୁ ଅଧିକ ପଚାଉ ଉଚରା ପରେ ପ୍ରକୃତ କାରଣ ଜଣାପଡିବ।
ସୂଚନାନୁସାରେ, ପତିତପାବନ ଆଉ ତାର ପ୍ରେମିକା ଏବଂ ତାର ପତ୍ନୀ ଗୋଟିଏ ସ୍କୁଲରେ ପଢୁଥିଲେ । ପତିତପାବନ ୭ ବର୍ଷ ଧରି ତାକୁ ଭଲ ପାଇ ଆସୁଥିଲା । ଏହି ବିଷୟ ପତିତପାବନର ପତ୍ନୀ ଯାଣିଥିଲେ। ଏହା ଛଡ଼ା ପତିତପାବନ ଆଉ ତାର ପ୍ରେମିକା ଦିଲ୍ଲୀରେ ରହିବାକୁ ଯୋଜନା କରିଥିଲା। ଏଥି ଲାଗି ନୂଆ ସିମ୍ କାର୍ଡ କିଣିଥିବା ଜଣାପଡ଼ିଛି । ପତିତପାବନ ଗାଡ଼ି ବରଗଡ଼ ଅଞ୍ଚଳରୁ ଜବତ୍ ହୋଇଛି। ଏବେ ପୋଲିସ ପତିତପାବନ କୁ ଅଧିକ ପଚରା ଉଚରା କରୁଛି ।



