Sunday, November 15, 2026
Home ଆଞ୍ଚଳିକ ଦିଶାଙ୍କ ଟ୍ରାଡିସନାଲ୍ ଲୁକ୍ ଦେଖି ଫିଦା ହେଲେ ଫ୍ୟାନ୍ସ

ଦିଶାଙ୍କ ଟ୍ରାଡିସନାଲ୍ ଲୁକ୍ ଦେଖି ଫିଦା ହେଲେ ଫ୍ୟାନ୍ସ

13

ନୂଆଦିଲ୍ଲୀ, ୧୬/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଦିଶା ପାଟନୀ ସବୁବେଳେ ନିଜର ଅଭିନୟ ସହିତ ଗ୍ଲାମରସ୍ ଲୁକକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ଦିଶା । ସବୁବେଳେ ଭିନ୍ନ ଭିନ୍ନ ଅନ୍ଦାର ଫଟୋ ସେୟାର  କରି ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରନ୍ତି ସେ । ତେବେ ବହୁତ୍ ଦିନ ପରେ ଏକ ଭିନ୍ନ ଅବତାରରେ ନଜର ଆସୁଛନ୍ତି ଦିଶା । ଦୀର୍ଘ ଦିନ ପରେ, ଟ୍ରାଡିସନାଲ ଆଉଟଫିଟରେ ଫଟୋ ସେୟାର କରିଛନ୍ତି  ଦିଶା । ଯାହା ଦେଖିବା ପରେ ଫ୍ୟାନ୍ସ ତାଙ୍କର ପ୍ରଶଂସା କରିବାରେ ଟିକେବି ଥକ୍କୁ ନାହାଁନ୍ତି ।

ସେୟାର କରିଥିବା ଫଟୋରେ ଦିଶା ଏକ ଲାଇଟ ଗ୍ରୀନ୍ କଲରର ଟ୍ରାଡିସନାଲ ଆଉଟଫିଟରେ ନିଜକୁ ସଜେଇଛନ୍ତି ।  ନିଜ ଘର ଭିତରେ ଉଠାଇଥିବା ଏହି ଫଟୋକୁ ଦେଖିବା  ଲାଗୁଛି ଯେ, ହୁଏତ ସେ କେଉଁ ପଙ୍କସନକୁ ଯିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଅଳ୍ପ ମେକଅପ୍ ସହିତ ଖୋଲା କେଶରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି ଦିଶା ।

ତେବେ ଦିଶାଙ୍କର ଏହି ଫଟୋ ଦେଖିବା ପରେ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି  ଅନେକ ସେଲିବ୍ରିଟି ତାଙ୍କର ପ୍ରଶଂସା କରୁଛନ୍ତି । ସତରେ ଦିଶାଙ୍କର ଏହି ଫଟୋ ଯିଏ ବି ଦେଖିବ,ସହଜେ ନଜର ହଟାଇ ପାରିବ ନାହିଁ ।