Tuesday, October 13, 2026
Home ଅପରାଧ ରାଜ୍‌ କୁନ୍ଦ୍ରାଙ୍କ ବିରୁଦ୍ଧରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ

ରାଜ୍‌ କୁନ୍ଦ୍ରାଙ୍କ ବିରୁଦ୍ଧରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ

7

ମୁମ୍ବାଇ, ୧୬/୦୯/୨୧ (ଜିଲ୍ଲା ଖବର) : ପର୍ଣ୍ଣ ଫିଲ୍ମ ପ୍ରସ୍ତୁତ କରିବା  ମାମଲରେ ଗିରଫ ହୋଇଥିବା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ୍ କୁନ୍ଦ୍ରାଙ୍କ ବିରୋଧରେ,  ଗତ ବୁଧବାର ଦିନ ମୁମ୍ବାଇ ପୁଲିସ କୋର୍ଟରେ ୧୫ ଶହ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ରାଜ୍ କୁନ୍ଦ୍ରାଙ୍କ ବିରୁଧରେ ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରିବା ଅଭିଯୋଗରେ ଏହି ଚାର୍ଜସିଟ ଦାଖଲ କରିଛି କ୍ରାଇମ୍ ବ୍ରାଞ୍ଚ ।  

ଏହି ମାମଲରେ ଗିରଫ ହୋଇ ଜେଲରେ ଥିବା ରାଜ୍ କୁନ୍ଦ୍ରାଙ୍କର ବାରମ୍ବାର ବେଲ ଆବେଦନ ଖାରଜ୍ ହେଉଛି । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି, ପର୍ଣ୍ଣ ଫିଲ୍ମ ପ୍ରସ୍ତୁତ ମାମଲାରେ ତଦନ୍ତ ଚଳାଇଛି ।

ପ୍ରକାଶ ଥାଉକି, ଅଶ୍ଳୀତ ଚଳଚ୍ଚିତ୍ର ତିଆରି କରିବା ମାମଲାରେ ପ୍ରଥମେ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ପୁଲିସ । ଏହାପରେ ତାଙ୍କୁ ଜୁଲାଇ ୨୩ ତାରିଖରେ ରିମାଣ୍ଡରେ ନେବା ସହିତ , ଜୁଲାଇ ୨୭ ତାରିଖରେ ନ୍ୟାୟିକ ହେପାଜତକୁ ପଠାଇଥିଲା । ଏବେ ସେ ଜେଲରେ ଅଛନ୍ତି ।