Monday, November 16, 2026
Home ଆଞ୍ଚଳିକ ପାଣି ସୁଅରେ ଭାସିଯାଇ ନିଖୋଜ ଥିଲେ ବାପ-ପୁଅ, ମିଳିଲା ମୃତଦେହ

ପାଣି ସୁଅରେ ଭାସିଯାଇ ନିଖୋଜ ଥିଲେ ବାପ-ପୁଅ, ମିଳିଲା ମୃତଦେହ

5

୧୬/୦୯/୨୧ (ଜିଲ୍ଲା ଖବର) : ମିଳିଲା ବନ୍ୟାରେ ଭାସି ଯାଇଥିବା ବାପ-ପୁଅଙ୍କ ମୃତଦେହ । ଯାଜପୁର ବରୀ ଅଞ୍ଚଳରେ ବ୍ରାହ୍ମଣୀ ନଦୀର ବନ୍ୟାଜଳରେ ବାପା ପୁଅ ଗତକାଲି ଭାସିଯାଇ ନିଖୋଜ ଥିଲେ । ବରୀ ବ୍ଲକ ଗଙ୍ଗାଧରପୁର ସ୍କୁଲ ପାଖରୁ ମୃତଦେହ ଉଦ୍ଧାର ହୋଇଛି । କାଲି ଅଗ୍ନିଶମ ବାହିନୀ ଖୋଜି ପତ୍ତା ପାଇନଥିଲା ।

ବ୍ରାହ୍ମଣୀ ନଦୀର ବନ୍ୟାଜଳରେ ବାପା ଏବଂ ପୁଅ ଗତକାଲି ଭାସିଯାଇ ନିଖୋଜ ଥିଲେ । ଆଜି ଗଙ୍ଗାଧରପୁର ନିକଟରୁ ଉଦ୍ଧାର ହେଲା ବାପା ଓ ପୁଅର ମୃତଦେହ । ଗତକାଲି ବରୀ ବ୍ଲକ ବଲିଆ ପଞ୍ଚାୟତ ଗଙ୍ଗାଧରପୁର ଗ୍ରାମର ବାପା କିଶୋର ସିଂ ପାଟକୁ ଗାଈ ଆଣିବାକୁ ଯାଇଥିବାବେଳେ ବନ୍ୟା ସ୍ରୋତରେ ଭାସିଯାଇଥିଲେ । ଏହା ଦେଖି ପୁଅ କୈଳାସ ସିଂ ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଭାସିଯାଇଥିଲେ । ଖବରପାଇ, ବରୀ ଅଗ୍ନିଶମ ବାହୀନ କର୍ମଚାରୀ ମାନେ ଖୋଜା ଖୋଜି କରି ଥିଲେ ହେଁ ସେମାନଙ୍କର ପତ୍ତା ମିଳି ନଥିଲା । ତେବେ ଆଜି ସକାଳୁ ଗଙ୍ଗାଧରପୁର ସ୍କୁଲ ନିକଟରେ ଉଭୟ ବାପା ଓ ପୁଅର ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ । ପରେ ପରିବାର ଲୋକଙ୍କ ସହାୟତାରେ ମୃତଦେହ ଉଦ୍ଧାର କରାଯାଇଛି ।