Thursday, November 12, 2026
Home ଆଞ୍ଚଳିକ ପାଇଖାନା ପ୍ୟାନ ତଳୁ ବାହାରିଲା ୪ ଫୁଟିଆ ନାଗ

ପାଇଖାନା ପ୍ୟାନ ତଳୁ ବାହାରିଲା ୪ ଫୁଟିଆ ନାଗ

10

୧୬/୦୯/୨୧ (ଜିଲ୍ଲା ଖବର) : ବାଙ୍କୀ ଥାନା ନିକଟସ୍ଥ ଚର୍ଚ୍ଚିକା ସାହିର ପ୍ରକାଶ ମିଶ୍ରଙ୍କ ପାଇଖାନା ପ୍ୟାନରୁ ଏକ ବିରାଟ ନାଗସାପ ଉଦ୍ଧାର ହୋଇଛି। ପରିବାର ଲୋକେ ଘର ଭିତରେ ପୂର୍ବରୁ ଏହି ସାପକୁ ଦେଖିଥିଲେ ବି ସାପ କେଉଁଠି କି ଯାଉଛି, କେଉଁଆଡେ ଓ କେଉଁଠି ରହୁଛି ଜାଣିପାରୁ ନ ଥିଲେ।

ଗତ ରାତି ପ୍ରାୟ ୧୧ଟା ସମୟରେ ପାଇଖାନାକୁ ଯାଇଥିବା ବେଳେ ସାପର ଲାଞ୍ଜ ଦିଶୁଥିବାରୁ ସ୍ନେକ ହେଲ୍ପଲାଇନକୁ ଯୋଗାଯୋଗ କରାଯାଇଥିଲା।  

ବାଙ୍କୀ ସ୍ନେକହେଲ୍ପଲାଇନ ସଂଯୋଜକ ଲଳିତ ମୋହନ ପଣ୍ଡା ପହଁଚି  ପାଇଖେନା ପ୍ୟାନ ତାଡି ସାପଟିକୁ ଉଦ୍ଧାର କରିଥିଲେ। ସାପର ଲମ୍ବ ପ୍ରାୟ ୪ ଫୁଟ ହେବ। ଉଦ୍ଧାର ପରେ ଏହାକୁ ଆଣି ନିକଟସ୍ଥ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି। ପାଇଖାନାରୁ ସାପ ବାହାରିବାରୁ ଭୟଭୀତହୋଇ ଯାଇଛନ୍ତି ପରିବାର ଲୋକେ।Share