Home ଅପରାଧ ଛୁରାମାଡ କରି ଲୁଟିନେଲେ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଛୁରାମାଡ କରି ଲୁଟିନେଲେ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

7

ଭୁବନେଶ୍ୱର,୧୬/୦୯/୨୧ (ଜିଲ୍ଲା ଖବର) : ଭୁବନେଶ୍ୱର ତମାଣ୍ଡୋ ଥାନା ନିକଟରେ ଜଣଙ୍କୁ ଛୁରାମାଡ଼। ଛୁରାମାଡ଼ରେ ଆହତ ବ୍ୟକ୍ତି ଜଣଙ୍କ ସ୍ଥାନୀୟ ବାଲିଆପଡ଼ାର ହୋଇଥିବା ଜଣାପଡ଼ିଛି ।

ଆହତ ବ୍ୟକ୍ତି ଜଣଙ୍କୁ ଏମ୍ସ ହସ୍ପିଟାଲ ନେଇଛି ତମାଣ୍ଡୋ ପୋଲିସ। ସୂଚନା ଅନୁସାରେ, ଛୁରାମାଡ଼ କରି ତାଙ୍କ ଠାରୁ ମୋବାଇଲ, ଟଙ୍କା ଛଡାଇ ନେବା ସହ ଦୁର୍ବୃତ୍ତ ନିକଟସ୍ଥ କାଜୁ ଜଙ୍ଗଲରେ ଲୁଚିଛନ୍ତି  ।

ପୋଲିସ ଛୁରା ମାଡ଼ କରିଥିବା ଦୁର୍ବୁତ୍ତକୁ ଖୋଜାଖୋଜି କରୁଛି । ଅଭିଯୁକ୍ତ -କୁ ଶୀଘ୍ର ଗିରଫ କରିବାକୁ ଦାବି ହୋଇଛି। ସ୍ଥାନୀୟ ଲୋକେ ଦୁଇ ଘଣ୍ଟା ହେବ ତମାଣ୍ଡୋ ଥାନ ଆଗରେ ରାଜ ରାସ୍ତାକୁ ଅବରୋଧ କରିଥିଲେ।