Monday, November 16, 2026
Home ଆଞ୍ଚଳିକ ପଞ୍ଜାବରେ ହାଇ ଆଲର୍ଟ ଜାରି କଲେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ

ପଞ୍ଜାବରେ ହାଇ ଆଲର୍ଟ ଜାରି କଲେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ

5

୧୬/୦୯/୨୧ (ଜିଲ୍ଲା ଖବର) : ପଞ୍ଜାବରେ ହାଇ ଆଲର୍ଟ । ରାଜ୍ୟରେ ହାଇ ଆଲର୍ଟ ଜାରି କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପଞ୍ଜାବରୁ ଆଇଏସଆଇ ସମର୍ଥିତ ଆଉ ଏକ ଆତଙ୍କବାଦୀ ମଡ୍ୟୁଲର ୪ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯିବା ପରେ ରାଜ୍ୟ ସରକାର ସାରା ରାଜ୍ୟରେ ହାଇ ଆଲର୍ଟ ଜାରି କରିଛନ୍ତି। ପ୍ରଦେଶର ସବୁ ସମ୍ବେଦନଶୀଳ, ଜନବହୁଳ ଏବଂ ବଡ ବଡ ପ୍ରତିଷ୍ଠାନର ସୁରକ୍ଷାକୁ କଡାକଡି କରାଯାଇଛି।

ଅଭିଯୁକ୍ତମାନେ ଆଇଇଡି ସାହାଯ୍ୟରେ ଗୋଟିଏ ତେଲ ଟ୍ୟାଙ୍କର ଉଡାଇବାକୁ ଯୋଜନା ସାମିଲ ଥିଲେ। ମିଳିଥିବା ସୂଚନା ଅନୁସାରେ ଅମୃତସର ପୋଲିସ ରାଜ୍ୟରୁ ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ମସମସ୍ତ ପାକିସ୍ତାନ ସୀମାନ୍ତ ଗାଁ ଗୁଡିକରେ ରହୁଥିବା ଜଣାପଡିଛି। ଗତ କିଛି ମାସ ଧରି ପାକିସ୍ତାନ ଲଗାତାର ପଞ୍ଜାବରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛି।