
ଜଟଣୀ,୧୫/୯ (ଜିଲ୍ଲା ଖବର):
ପୂର୍ବତଟ ରେଳପଥ ଅଧୀନ ଖୋର୍ଦ୍ଧାରୋଡ଼ ଡିଭିଜନାଲ ରର୍ନିଙ୍ଗ ଶାଖା କାର୍ଯ୍ୟାଳୟ ଠାରେ ଦ୍ଵିତୀୟବାର୍ଷିକ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଯାଇଛି।
ଡିଭିଜନାଲ ରର୍ନିଙ୍ଗ ଶାଖାର ଦ୍ଵିତୀୟ ବାର୍ଷିକ ଅଧିବେଶନ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ଏସ କେ ଅବଦୁଲ କଇମ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅଥିତି ଭାବେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ , ମଣ୍ଡଳ ସଂଯୋଜକ ଶ୍ରୀ ପ୍ରମୋଦ କୁମାର ସାହାଣୀ, ସହ ସାଧାରଣ ସମ୍ପାଦକ ଶ୍ରୀ ସୁବ୍ରତ ପଣ୍ଡା, ଏବଂ କୋଷାଧ୍ୟକ୍ଷ ଶ୍ରୀ ସୂର୍ଯ୍ୟକାନ୍ତ ସୁବୁଦ୍ଧି ଶାଖା ଅଧିକାରୀ ଓ ନିର୍ବାଚନ ଅଧିକାରୀ ଆଶୁତୋଷ ମହାନ୍ତି ଅଥିତୀ ଭାବେ ଯୋଗ ଦେଇଥିଲେ। ଏହି ବ୍ରାଞ୍ଚ ଦ୍ଵାରା ହୋଇଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏହାପରେ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ନୂତନ କର୍ମକର୍ତ୍ତା ନିର୍ବାଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ ଅଧିକାରୀଆଶୁତୋଷ ମହାନ୍ତି ନିର୍ବାଚନ ପ୍ରକ୍ରିୟା ଶେଷକରି ନୂତନ କର୍ମକର୍ତ୍ତା ମାନଙ୍କ ସୂଚୀ ଜାରି କରିଥିଲେ।
ସଭାପତି ଭାବେ ଏସ କେ ଅବଦୁଲ କଇମ , କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାହାକ ଉପ ସଭାପତି ଏମ.କେ ସ୍ୱାଇଁ ,ସଂପାଦକ ଭାବେ ପ୍ରଫୁଲ କୁମାର ବେହେରା ନିର୍ବାଚିତ ହେବାସହ କୋଷାଧ୍ୟକ୍ଷ ଭାବେ ସୂର୍ଯ୍ୟକାନ୍ତ ସୁବୁଦ୍ଧି ପ୍ରମୁଖ ମନୋନୀତ ହୋଇଥିଲେ। ଏହି କାର୍ଯ୍ୟକ୍ରମ କୁ ମହିଳା ଶାଖା ସଭାପତି ବିଜୟଲକ୍ଷ୍ମୀ ,ସମ୍ପାଦିକା ରୁନି ବେହେରା ,ସନ୍ତୋଷ କୁମାର ମିଶ୍ର ,ମାନସ ରଞ୍ଜନ ବେହେରା ,ତପନ କୁମାର ବେହେରା ପ୍ରମୁଖ ପରିଚାଳନା କରିଥିଲେ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର


