
ବେଲଗୁଣ୍ଠା-15/09(ଜ଼ିଲ୍ଲା ଖବର ):
ଆଜି ବାଲିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠାନ ର ସଭାପତି ରଞ୍ଜିତ କୁମାର ସାମଲ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । 1983 ମସିହା ରୁ ଏହି ବିଦ୍ୟାଳୟ ରେ ଶିକ୍ଷକତା କରି 2020 ମସିହା ରେ ଅବସର ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ହରପ୍ରସାଦ ଖlଡଙ୍ଗା କୋଭିଡ ଯୋଗୁଁ ଏହି କାର୍ଯ୍ୟକ୍ରମ କୁ କିଛି ଦିନ ପରେ ଅନୁଷ୍ଠିତ କରାଯାଇ ଥିଲା। ବୋଲି ମତ ପ୍ରକାଶ କରିଥିଲେ। ସହକାରୀ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ଦାସ ମଧ୍ୟ ସେହି ପରି ଏହି ବିଦ୍ୟାଳୟ ରୁ ଡିସେମ୍ବର 2020 ରେ ଅବସର ନେଇଥିଲେ। ତେଣୁ ଉଭୟ ଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ। ଏହି ଅବସର ରେ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକ ଯୋଗ ଦେଇ ଅବସର କାଳୀନ ଦୁଃଖ କେତେ ଯେ ପ୍ରେମ ଭରା କଷ୍ଟ ସେ କଥା ଅନୁଭବି ହିଁ ଜାଣେ ବୋଲି ମତ ଦେଇଥିଲେ। ଅନ୍ୟତମ ଅତିଥି ରୂପେ ଅବସର ପ୍ରାପ୍ତ ଶିକ୍ଷକ ସୁବାସ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଶିକ୍ଷକତା ଜୀବନ ରେ କେତେ କଷ୍ଟ ସହି ସମସ୍ତଙ୍କୁ ଉତ୍ତମ ରାସ୍ତା ର ଚଳାଇ ବାକୁ ପଡ଼ିଥାଏ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସର ରେ ବିଦ୍ୟାଳୟ ର ଉପଦେଷ୍ଟା ସୁରେନ୍ଦ୍ର ସାମଲ ଯୋଗ ଦେଇ ବିଦ୍ୟାଳୟ ଏହି କ୍ଷତି କୁ ଅତିଶିଘ୍ର ଲାଘବ କରାଯିବ ବୋଲି ମତ ପ୍ରଦାନ୍ କରିଥିଲେ। ଏହି ଅବସରରେ ଭାର ପ୍ରାପ୍ତ ଶିକ୍ଷୟତ୍ରୀ କବିତା ଦେବୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ଵପ୍ନାରଣି ଖଡଗରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସବିତା ପାଠୀ , ବିଜୟ ଲକ୍ଷ୍ମୀ ଦାସ , ଜ୍ୟୋତ୍ସ୍ନା ସେଠୀ , ସୁମତି ପାଣିଗ୍ରାହି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ରିପୋର୍ଟ-ଶିବରାମ ଚୌଧୁରୀ




