
ବିଷମକଟକ -୧୫-୯ (ଜିଲା ଖବର):
ରାୟଗଡା ଜିଲ୍ଲା ବିଷମକଟକ ବ୍କକ ଅନ୍ତର୍ଗତ ପାଇକଡାକୁଲୁ ଗୁଡା ପଞ୍ଚୟତ ଠାରେ ଆଜି ୧୦୦ ଦିନିଆ ବାହ୍ୟ ମଳମୂ ତ୍ର ଅଭିଯାନ ଦିବସ ପାଳିତ ହୋଇଯାଇଛି। ଜନ ସଚେତନତା ର ବାର୍ତା ଦେଇ ବୁଝାଇଛନ୍ତି ବିଷମକଟକ ଯନ୍ତ୍ରୀ ଶ୍ରୀ ପ୍ରଶାନ୍ତ ପାଣିଗ୍ରାହୀ , ଲୋକଙ୍କୁ ବୁଝାଇ କହୁଛନ୍ତି ଯେ , ସରକାରୀ ଯୋଜନା ରେ ଜନ ହିତପାଇ ଘରେ ଘରେ ପାଇଖାନା ବ୍ୟବହାର କରିବା ଅତି ଭଲ ଫଳରେ ସ୍ୱାସ୍ଥ୍ୟ ଭଲ ରହିବ । କିନ୍ତୁ ଡାକୁଳୁଗୁଡା ପଂଚାୟତ ରେ ଯୋଉ ସାଧାରଣ ଲୋକ ନିଜ ନିଜ ର ସମସ୍ୟା କଥା ଜଣାଇଲେ , ଯେ ଏଇଠି ପାନୀୟ ଜଳଯୋଗାଣ ସମସ୍ୟା ଯୋଗୁ ଲୋକେ ପାଇଖାନା ବ୍ୟବହାର ପାଇଁ ଅସୁବିଧା ଉପୁଜୁଛି , ୟାର ପ୍ରତିକାର ରେ ଏ. ଇ ସାରେ ଜଣେଇଛନ୍ତି କି ପୁରୁଷ ମାନେ
ନଇଁ ନାଳ ବନ୍ଧ କୁ ଯାଇ ଶୌଚ କରନ୍ତୁ , ସ୍ତ୍ରୀ ଲୋକେ ପାଇଖାନା ବ୍ୟବହାର କରନ୍ତୁ । ଏଇଠି ପ୍ରଶ୍ନ ଉଠୁଛି ଯେ ସ୍ଵଛ ପାନୀୟଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ସରକାର ଦେୟ କରୁଥିବା ବେଳେ ଉକ୍ତ ଟଙ୍କା ଗଲା କୁଆଡେ ????
ଅନ୍ୟପଟେ ଘରହିନ ଲୋକେ ନିଜ ନିଜ ର ଅସୁବିଧା କଥା କହିଲେ ହେଲେ ୟାର ଉତ୍ତର ରଖି ଜଣାଇ ଦିଆଗଲା କି 2011 ର ତାଲିକା ହି ଗୋଟେ ସମ୍ବିଧାନ ର ତାଲିକା ସଦୃଶ୍ୟ ହୋଇଛି । ଯୋଉ ତାଲିକା ରେ ଧନୀ ଲୋକ ଥିଲେ ବି ତାଙ୍କୁ ହିଁ ଦିଆଯିବ ଅନ୍ୟତ୍ର ଭଗବାନ ଚାହିଁଲେ ବି କେହି ପ୍ରକୃତ ହିତାଧିକାରୀ ପାଇବେ ନାହିଁ । ପାଣିଗ୍ରାହୀ ମହାସୟ ଙ୍କ କଥା ହାସ୍ୟାସ୍ପଦ ହେଲେ ବି ଲୋକେ ନିରବ ଭାବେ ଶୁଣିବାକୁ ବାଧ୍ୟ ହୋଇଥିଲେ , ହେଲେ ପ୍ରକୃତରେ 2021 ରେ ଯୋଉ ତାଲିକା ପ୍ରସ୍ତୁତ କରାଯାଇଛି ତାକୁ କଣ କେହି ପରିବର୍ତନ କରିପାରିବେ ନାହିଁ ??? କିନ୍ତୁ କାହିଁକି ??ଏଇଠି ଗରିବ ବି ଧନୀ ହେଉଛି ଗରିବ ବି ଅତି ଗରିବ ହୋଇଥିବା ନଜିର ରହିଛି କିନ୍ତୁ କେବେ ଏଇ ତାଲିକାରେ ଥିବା ତ୍ରୁଟି ସଂଶୋଧନ ହେବ ସମୟ କହିବ ।
କିନ୍ତୁ ପଂଚୟତ ସ୍ତରୀୟ ବାହ୍ୟ ମଳ ମୁକ୍ତ ଯୁକ୍ତ ଏଇ ଏଇ ଅଯଥା ଖର୍ଚ୍ଚ କୁ ରୋକାଯାଇ ଜଳ ଯୋଗାଣ ବିଭାଗ ଓ ପଞ୍ଚାୟତିରାଜ ବିଭାଗ ଯଦି ନିଜ ନିଜ ଦାୟିତ୍ୱ ଠିକ ଭାବେ ତୁଲାଇଲେ ଅନେକ ସମାଧାନ ଓ ସାଧାରଣ ଲୋକେ ସରକାରୀ ଯୋଜନା ଗୁଡିକ ରେ ବାସ୍ତବିକ ବିକାଶ ସାଧନ ହୋଇପାରନ୍ତା ବୋଲି ବୁଦ୍ଧି ଜୀବୀ ଜଣେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ବିଷମକଟକ ବିଡ଼ିଓ ଆଲବଟ୍ ଲାକ୍ରା, ଏଇ ପ୍ରଶାନ୍ତ ପାଣିଗ୍ରାହୀ, ସରପଞ୍ଚ ନରସିଂହ ତୁହିକା, ଜି ଆର ଏସ୍ ରାମ ନାୟକ , ପି ଇ ଓ ପ୍ରଧାନ ବାବୁ ସମେତ ସ୍ଥାନୀୟ ଜନସାଧାରଣ ମାନେ ଉପସ୍ଥିତ ଥିଲେ।


