Sunday, November 15, 2026
Home ଆଞ୍ଚଳିକ ଚଳିତ ଶିକ୍ଷାବର୍ଷରୁବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ପାଠ୍ୟକେନ୍ଦ୍ର

ଚଳିତ ଶିକ୍ଷାବର୍ଷରୁବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ପାଠ୍ୟକେନ୍ଦ୍ର

16

ବାଲିଗୁଡା,15/09- (ଜ଼ିଲ୍ଲା ଖବର ):
ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ପାଠ୍ୟକେନ୍ଦ୍ର ଖୋଲିଛି।ଏଥିରେ ସହ ସଂଯୋଜକ ଭାବେ ବାଣିଜ୍ୟ ବିଭାଗ ଅଧ୍ୟାପକ ଦଣ୍ଡପାଣି ଭୂୟାଁ, ପାଠ୍ୟକେନ୍ଦ୍ରର ସହକାରୀ ଭାବେ ସୁବାସ ଡାକୁଆ ନିଯୁକ୍ତି ପାଇଛନ୍ତି।ଏଠାରେ ଓଡ଼ିଆ ଇତିହାସ ରାଜନୀତି ବିଜ୍ଞାନ ବାଣିଜ୍ୟ ଅଧିସ୍ନାତକ ଶ୍ରେଣୀ ଖୋଲିବା ସହ ଓଡ଼ିଆ ଇତିହାସ ରାଜନୀତି ବିଜ୍ଞାନ ବାଣିଜ୍ୟ ଇଂରାଜୀ ସ୍ନାତକ ସମ୍ମାନ ଶ୍ରେଣୀ ଖୋଲିଛି।ଇ କମର୍ସ ଇନ୍ସୁରାନ୍ସ ପ୍ରାକୃତିକ ଦୁର୍ବିପାକର ମୁକାବିଲା ଇଂରାଜୀରୁ ଓଡ଼ିଆ ଅନୁବାଦ ବ୍ୟାଙ୍କିଙ୍ଗ୍ ଜନଜାତି ଅଧ୍ୟୟନ ଗ୍ରାମ୍ୟ ଉନ୍ନୟନ ଆଦି ପ୍ରସଙ୍ଗ ରେ ଡିପ୍ଲୋମା ଓ ସାର୍ଟିଫିକେଟ୍ କୋର୍ସ ମଧ୍ୟ ଖୋଲିଛି। ସ୍ଵଳ୍ପ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଏଭଳି ସୁବିଧା ସୁଯୋଗ ହାତଛଡ଼ା ନ କରିବାକୁ ସମସ୍ତ ଆଗ୍ରହୀଙ୍କୁ ଅନୁରୋଧ ।ଅଧାରୁ ପାଠ ଛାଡିଥିବା ଏବଂ କୈ।ଣସି କାରଣରୁ ନାମ ଲେଖାଇ ନିୟମିତ ପଡ଼ାରୁ ବଂଚିତ ଛାତ୍ରଛାତ୍ରୀ ଗୃହିଣୀ ସରକାରୀ ଓ ବେସରକାରୀ ଚାକିରିଜୀବି ଏହି ସୁଯୋଗ 30 ସେପ୍ଟେମ୍ବର ମଧ୍ୟରେ ଅନ୍ଲାଇନ୍ ରେ ରେଜିଷ୍ଟ୍ରେସନ ଓ ଆଡ଼ମିଶନ କରିବାକୁ ପାଠ୍ୟକ୍ରମ ସଂଯୋଜକ ଡ ବିଭୂତିଭୂଷଣ ଆଚାର୍ଯ୍ୟ ଜଣାଇଛନ୍ତି ।
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ