
ବିଷମକଟକ,୧୫-୯(ଜିଲ୍ଲା ଖବର):
ଡଙ୍ଗରିଆ କଂନ୍ଧ ଉନ୍ନୟନ ସଂସ୍ଥା ସ୍ୱତନ୍ତ୍ର ଅଧିକାରୀଙ୍କ ମଦନ ମୋହନ ଦଲବେହେରାଙ୍କ ବିୟୋଗରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ଚାଟିକନା କାର୍ଯ୍ୟାଳୟ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ଶୋକ ସଭାରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ ଶତପଥୀ, ଅତିରିକ୍ତ ମଙ୍ଗଳ ଅଧିକାରୀ ଶ୍ରୀ ଶ୍ରୀନିବାସ ଆଚାରୀ, ଅବସରପ୍ରାପ୍ତ ଅତିରିକ୍ତ ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ ଅଧିକାରୀ,ମଣ୍ଡଳ ନିରୀକ୍ଷକ ବିନ ବିହାରୀ ପଣ୍ଡା, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ
ଶୁଭପ୍ରଦା ସାସମାଲ,ସରପଞ୍ଚ କୁରଲୀ ଡ୍ରିନଜ ଜାକେସିକା, ଡିକେଡିଏ ଚାଟିକଣା ଓପିଲିପି ର ସମସ୍ତ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।
ସମସ୍ତ ଅତିଥି ପଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ।ସର୍ବ ପ୍ରଥେମେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।
ସମସ୍ତ କାର୍ଯ୍ୟକ୍ରମ କୁ ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ ପରିଚାଳନା କରିଥିଲେ। ଏହି ଖବର ଶୁଣି ମନ୍ତ୍ରୀ ଜଗନ୍ନାଥ ସାରକା, ଖଦି ଯୋଜନା ବୋର୍ଡର ମେମ୍ବର ପୃଥିବୀ ରାଜ ସାହୁ, ବିଜୁ ଶ୍ୱାସ୍ଥ ଉପଦେଷ୍ଟା ସୁଧିର କୁମାର ଦାସ , ସିବା ଜେସିଟି, ନାନୁ ପଣ୍ଡା, ବିଷମକଟକ ବ୍କକ ବିଜେଡି ସଭାପତି ଦେବି ପଟ୍ଟନାୟକ, ଜଗନ୍ନାଥ ଲୁଣ୍ଡୁରୁକା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବରିଷ୍ଠ ବିଜେଡି ନେତା ଗଗନ ବିହାରୀ ଆଚାର୍ଯ୍ୟ, ରାଜ୍ୟ ସଭା ସାସଦ ଏନ୍ ଭାସ୍କର ରାଓ ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିଛନ୍ତି|
ରିପୋର୍ଟ : ପ୍ରସନ ପଣ୍ଡା



