Sunday, November 15, 2026
Home ଆଞ୍ଚଳିକ ସର୍ଟ ସର୍କିଟ ରେ ଟେଣ୍ଟ ହାଉସ ଜଳି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ସର୍ଟ ସର୍କିଟ ରେ ଟେଣ୍ଟ ହାଉସ ଜଳି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

28

ବାଲିଗୁଡା,14/09- (ଜ଼ିଲ୍ଲା ଖବର )
କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି l ସୋମବାର ଭୋରରୁ ତୁମୁଡିବନ୍ଧର ମାଣିକେଶ୍ବରୀ ଟେଣ୍ଟ ହାଉସରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ଲାଇଟ ସାଉଣ୍ଡ କପଡା ଓ ଅନାନ୍ୟ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି l ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛି l ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟ ରୁ ନିଆଁ ଲାଗିଲା ବୋଲି ଜଣାପଡିଛି l ଗୋଟିଏ ପଟେ କରୋନାର କରାଳଛାୟା ରେ ଟେଣ୍ଟ ମାଲିକ ଅଶ୍ୱିନୀ କୁମାର ସାହୁ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବୋଝ ଉପରେ ନଳିତାବିଡା ସଦୃଶ କ୍ଷତି ଉପରେ କ୍ଷତି ହୋଇଛି l ଘଟଣା ସ୍ଥଳରେ କନ୍ଧମାଳ ଲାଇଟ ସାଉଣ୍ଡ ଟେଣ୍ଟ ଚିତ୍ରାଳୟ ସଂଘର ସଭାପତି ସୁଧାଂଶୁ ସେନାପତି ଙ୍କ ନିର୍ଦେଶ କ୍ରମେ ଉପସଭାପତି ପ୍ରମୋଦ ଚନ୍ଦ୍ର ପାଲଟା କୋଷାଧକ୍ଷ ପ୍ରଦୀପ କୁମାର ପଣ୍ଡା ସମ୍ପାଦକ ସୁନୀଲ କୁମାର ମୁନୀ ସହ ସମ୍ପାଦକ ରଂଜିତ କୁମାର ମହାନ୍ତି ଓ ସଂଘ ର ସଦସ୍ୟଗଣ ପ୍ରମୁଖ ପହଂଚି ଅଶ୍ୱିନୀ ଙ୍କୁ ସ୍ୱାନ୍ତନା ଦେଇଥିଲେ ଏବଂ ପ୍ରଶାସନ କ୍ଷତିଗ୍ରସ୍ତ ଙ୍କୁ ସହାୟତା ଯୋଗାଇ ଦେବାକୁ ଦାବୀ କରିଥିଲେ l
ରିପୋର୍ଟ : ସୁକାନ୍ତ ତ୍ରିପାଠୀ