
ବାଲିଗୁଡା,୧୪/୯- (ଜିଲ୍ଲା ଖବର):
କନ୍ଧମାଳ ଜିଲ୍ଲାରେ ସର୍ବସାଧାରଣ ଦୈନିକ ଖବର କାଗଜରେ କରିଥିବା ସାମ୍ବାଦିକ ଆଶୁତୋଷ ବେହେରାଙ୍କ କୋବିଡ଼ ସଂକ୍ରମିତ ହୋଇ 20ମେ 2021ରେ ଫୁଲବାଣୀ କୋବିଡ଼ ମେଡିକାଲ ରେ ଭର୍ତି ହୋଇ ଚିକିତ୍ସା ଅବସ୍ଥାରେ 23 ମେ 2021ରେ ମୃତୁ ବରଣ କରିଥିଲେ। ରାଜ୍ୟ ସରକାର ସାମ୍ବାଦିକଙ୍କୁ କୋବିଡ଼ ଯୋଦ୍ଧା ଘୋଷଣା କରିବାସହ ମୃତ ସାମ୍ବାଦିକମାନଙ୍କ ପରିବାର କୁ 15 ଲକ୍ଷ ଟଙ୍କା ଅନୁଲମ୍ପା ରାଶି ଦେବାପାଇଁ ଘୋଷଣା କରିଥିଲେ। ସେହି ମୁତାବକ ଆଜି କନ୍ଧମାଳ ଜିଲାପାଳ ଡାକ୍ତର ବୃନ୍ଦା ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିବଂଗତ ସାମ୍ବାଦିକ ଆଶୁତୋଷ ବେହେରାଙ୍କ ପତ୍ନୀ କମଳିନୀ ନାୟକଙ୍କୁ 15 ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଜିଲା ଅପାତକାଳୀନ ଅଧିକାରୀ ପ୍ରଦୁନ୍ୟ ମଣ୍ଡଳ ଓ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ମଞ୍ଜୁଳା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ନୀଳ ପ୍ରତିକ୍ରିୟାରେ କମଳିନୀ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଘ୍ୟତା ପ୍ରକାଶ କରିବା ସହ ଆର୍ଥିକ ସହତ ଦ୍ୱାରା ପିଲାମାନଙ୍କ ଭବିଷ୍ୟତ ତଥା ଶିକ୍ଷାରେ ସହାୟକ ହେବ। ଏହା ସହିତ ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଏବଂ ସହାୟତା ପାଇଁ ମଧ୍ୟ କୃତଜ୍ଞତା ପ୍ରକାଶ କରିଛନ୍ତି।
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ



