Sunday, November 15, 2026
Home ଆଞ୍ଚଳିକ ବନ୍ଧୁକ ଦେଖାଇ ମହିଳାଙ୍କୁ ଭୟଭିତ କରୁଥିବା ଅଭିଯୋଗରେ ୨ ଅଭିଯୁକ୍ତ କୋର୍ଟ ଚାଲାଣ

ବନ୍ଧୁକ ଦେଖାଇ ମହିଳାଙ୍କୁ ଭୟଭିତ କରୁଥିବା ଅଭିଯୋଗରେ ୨ ଅଭିଯୁକ୍ତ କୋର୍ଟ ଚାଲାଣ

155

ଜଟଣୀ,୧୪/୯(ଜିଲ୍ଲା ଖବର):
ଜଟଣୀ ଥାନା ଅନ୍ତର୍ଗତ ଲୋକୋ କଲୋନୀ ଅଚଂଳର ଜଣେ ମହିଳାଙ୍କୁ ଦୁଇଜଣ ଯୁବକ ବନ୍ଧୁକ ଦେଖାଇ ଭୟଭିତ କରୁଥିବା ନେଇ ଜଟଣୀ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତିକରି ପୁଲିସ ସଂପୃକ୍ତ ଅଭିଯୁକ୍ତଠାରୁ ଦେଶି ବନ୍ଧୁକ ଜବତ କରିବା ସହିତ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ଅନ୍ତର୍ଗତ ଟ୍ରାଫିକ କଲୋନୀ ଅଂଚଳର କେ କାମେଶ୍ୱର ରାଓ ଏବଂ ଅନ୍ୟଜଣେ ଅଭିଯୁକ୍ତ ହେଉଛି ଏହି ଥାନା ଅନ୍ତର୍ଗତ ବାଲିଛକ ମୁଣ୍ଡିଆସାହିର ଲିଙ୍ଗା ଓରଫ ଶ୍ୟାମା ଦଳେଇ । ପୁଲିସ ଏମାନଙ୍କଠାରୁ ଏକ ଦେଶି ହାତତିଆରି ବନ୍ଧୁକ ଜବତ କରିବା ସହିତ ଜଟଣୀ ଥାନା କେଶ ନଂ୪୬୮/୨୧ରେ ମାମଲା ରୁଜୁକରି ଆଜି କୋର୍ଟ ଚାଲାଣ କରିଥିବା ଜଟଣୀଥାନା ଆଇଆଇସି ବିଶ୍ୱରଂଜନ ସାହୁ କହିଛନ୍ତି ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର