Saturday, November 14, 2026
Home ଆଞ୍ଚଳିକ ଗୋମାଂସ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ୱାରା ଜବତ. ଟ୍ରକ ଜବତ ଓ ହେଲପର ଅଟକ

ଗୋମାଂସ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ୱାରା ଜବତ. ଟ୍ରକ ଜବତ ଓ ହେଲପର ଅଟକ

64

ଜଟଣୀ,୧୪/୯(ଜିଲ୍ଲା ଖବର) :
ଜଟଣୀ ଥାନା ଅନ୍ତର୍ଗତ ବେଣାପଜଂରୀ ଗ୍ରାମରେ ରହିଥିବା ଗ୍ରାମ୍ୟ ଜଙ୍ଗଲରେ ଆଇଚର ଟ୍ରକ ନଂ (ଏମ ଏଚ୨୫ ଏଜେ ୧୩୫୨) ରେ ମାଂସଭର୍ତି ଟ୍ରକକୁ ମହାରାଷ୍ଟ୍ର ପଠାଇବାକୁ ଯୋଜନା କରିଥିଲେ । ଥର୍ମାକୁଲ ଓ ପଲିଥିନ ପ୍ୟାକେଟରେ ବରଫ ସହିତ ପ୍ୟାକେଟ କରାଯାଇ ଉକ୍ତ ଟ୍ରକରେ ଭର୍ତି କରାଯାଇ ମହାରାଷ୍ଟ୍ର ଅଭିମୁଖେ ଟ୍ରକଟି ବାହାରିଥିଲା । ମାତ୍ର ଗାଡିଟି କିଛିବାଟ ଯାଇ ଲଗାଣବର୍ଷା ଯୋଗୁଁ ଏହି ମାଂସଭର୍ତି ଟ୍ରକଟି ମାଟିରେ ଦବି ଯାଇଥିଲା । ଫଳରେ ଗାଡିଟିକୁ ସେଠାରୁ ବାହାର କରିବାଲାଗି ଅକ୍ଳାନ୍ତ ପରିଶ୍ରମ କରିବାପରେ ବିଫଳ ହୋଇଥିଲେ । ଅନ୍ୟପଟେ ଏହି କାର୍ଯ୍ୟରେ ସକାଳ ପାଇଯାଇଥିଲା । ଫଳରେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଁଚିଯାଇଥିଲେ । ଏହାକୁ ଗ୍ରାମବାସୀମାନେ ଜାଣିବାକୁ ପାଇବାପରେ ପୁଲିସକୁ ଜଣାଇଥିଲେ । ଘଟଣାସ୍ଥଳରେ ପୁଲିସ ପହଁଚିବା ପୂର୍ବରୁ ସ୍ଥାନୀୟ ଲୋକେ ରୁଣ୍ଡହୋଇଥିବା ବେଳେ ଖୋର୍ଦ୍ଧାଜିଲା ଗୋସୁରକ୍ଷାମଂଚ ଓ ହିନ୍ଦୁ ସଂଗଠନର କର୍ମକର୍ତାମାନେ ପହଁଚି ତଦନ୍ତ କରିବାକୁ ଅଳି କରିଥିଲେ । ତେବେ ପୁଲିସ ଜଟଣୀ ଗୋଧନପ୍ରାଣୀଧିକାରୀଙ୍କ ସହାୟତାରେ ମାଂସକୁ ଜବତ କରି ଲାବୋରେଟୋରୀକୁ ପରୀକ୍ଷାପାଇଁ ପଠାଇଥିଲା । ଅନ୍ୟପଟେ ଅଭିଯୋଗକୁ ଭିତିକରି ସେଠାରେ ପୁଲିସ ସ୍ଥାନୀୟ ଲୋକମାନଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ବେଳେ ଜଟଣୀଥାନା କେଶନଂ ୪୭୦/୨୧ରେ ଏକ ମାମଲା ରୁଜୁକରିଛି । ଜବତ ହୋଇଥିବା ଟ୍ରକର ହେଲପରକୁ ଅଟକ ରଖି ପଚରାଉଚରା କରିଛି ବୋଲି ପୁଲିସ ପକ୍ଷରୁ ସୁଚନା ମିଳିଛି ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର