Friday, November 13, 2026
Home ଆଞ୍ଚଳିକ ହିଂଜିଳିକାଟୁ ପୌରପରିଷଦ ତରଫରୁ ଏକ ବ୍ୟାଙ୍କ ଋଣ ସମନ୍ୱୟ ମେଳା ଅନୁଷ୍ଠିତ

ହିଂଜିଳିକାଟୁ ପୌରପରିଷଦ ତରଫରୁ ଏକ ବ୍ୟାଙ୍କ ଋଣ ସମନ୍ୱୟ ମେଳା ଅନୁଷ୍ଠିତ

17

ହିଂଜିଳିକାଟୁ,୧୪/୯/୨୧(ଜିଲ୍ଲା ଖବର):
ହିଂଜିଳିକାଟୁ ପୌରପରିଷଦ ତରଫରୁ ଏକ ବ୍ୟାଙ୍କ ଋଣ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ 10 ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଋଣ ₹ 7,50,000/-, 12 ଟି ମିଶନ ଶକ୍ତି ଗ୍ରୁପ ମାନଙ୍କୁ ₹20,01,000/- ଓ 24 ଜଣ ହିତାଧିକାରୀଙ୍କୁ PMSVANIDHI ଯୋଜନାରେ ₹2,40,000/-, ମୋଟ ₹29,91,000/- ଟଙ୍କା ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ନଗର ଉନ୍ନୟନ ସଂସ୍ଥା, ଗଂଜାମ, ଛତ୍ରପୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମସ୍ତ ବ୍ୟାଙ୍କ ମେନେଜର ମାନେ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।
ରିପୋର୍ଟ : ତାପସ ପଣ୍ଡା