
ହିଂଜିଳିକାଟୁ,୧୪/୯(ଜିଲ୍ଲା ଖବର):
ଭାରତରେ ଚଣ୍ଡିଗଡ଼, ଆଉ ଗଞ୍ଜାମରେରେ ହିଂଜିଳିକାଟୁ । ଦୁଇଟି ଭିତରେ ସମାନତା କଣ ରହିଛି ପ୍ରଶ୍ନ କଲେ ଉତ୍ତର ମିଳିବ ରକ୍ ଗାର୍ଡେନ୍। ଚଣ୍ଡିଗଡ଼ରେ ଦେଶର ପ୍ରଥମ ପ୍ରସ୍ତର ଉଦ୍ୟାନ ନିର୍ମାଣ କରାଯାଇଥିବା ବେଳେ ହିଞ୍ଜଳିକାଟୁରେ ଆମ ରାଜ୍ୟର ପ୍ରଥମ ତଥା ଦେଶର ଦ୍ବିତୀୟ ରକ୍ ଗାର୍ଡେନ୍ ନିର୍ମାଣ ର ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୂଲାଙ୍ଗ । ଚଳିତ ବର୍ଷ ଏହି ପ୍ରସ୍ତର ଉଦ୍ୟାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବା ଯୋଜନା ରହିଛି। ଫଳରେ ଦେଶର ପର୍ଯ୍ୟଟନ ମାନଚିତ୍ରରେ ହିଞ୍ଜଳିକାଟୁକୁ ମିଳିବ ଆଉ ଏକ ନୂଆ ପରିଚୟ ।ଜିଲ୍ଲାର ଦୁତୀୟବୃହତମ ସହର ହିଂଜିଲିକାଟୁ । ଓଡ଼ିଶାର ଅନ୍ୟତମ ପୁରାତନ ସହର । ଦକ୍ଷିଣ ଓଡ଼ିଶାର ଏହି ବାଣିଜ୍ୟିକ ପେଣ୍ଠ ସମେତ ଏହାର ଆଖପାଖ ମାତ୍ର କେଇ କିଲୋମିଟର ମଧ୍ୟରେ ରହିଛି ଗୋପାଳପୁର ଓ ପାତିସୁନାପୁର ବେଳାଭୂମି ଯାହା ଶୀଘ୍ର ବ୍ଲୁ ଫ୍ଲାଗ୍ ବିଚ୍ ପାଲଟିବାକୁ ଯାଉଛି । ଏହା ବିଶେଷ କରି ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ସାଜିବ ଅନ୍ୟତମ ଆକର୍ଷଣ । ଏଥିସହ ରହିଛି ତାରାତାରିଣୀ- ସିଦ୍ଧ ଭୈରବୀ- ମହୁରୀକାଳୁଆ- ପଞ୍ଚମା ସିଦ୍ଧ ବିନାୟକ ମନ୍ଦିର ଭଳି ପ୍ରସିଦ୍ଧ ପୀଠ, ପୋତାଗଡ଼ ଓ ଜଉଗଡ଼ ଭଳି ଐତିହାସିକ ସ୍ଥଳ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ– ଆଇଜର- ପିଏମ୍ ଇଞ୍ଜିନିୟରିଂ କଲେଜ ଭଳି ଶିକ୍ଷାନୁଷ୍ଠାନ, ତାମ୍ପରା ଭଳି ଜଳକ୍ରୀଡ଼ା କେନ୍ଦ୍ର, ବିରଳ ସାମୁଦ୍ରିକ କଇଁଛଙ୍କ ମିଳନ ଓ ଗଣ ଅଣ୍ଡାଦାନ ସ୍ଥଳ ଗଞ୍ଜାମ ସହର ନିକଟବର୍ତ୍ତୀ ବଙ୍ଗୋପସାଗର ତଟ ଓ ଋଷିକୁଲ୍ୟା ମୁହାଣ ଆଦି ଦର୍ଶନୀୟ ସ୍ଥାନ । ପ୍ରାକୃତିକ ହେଉ କି ଐତିହାସିକ, ସାମୁଦ୍ରିକ ହେଉ କି ପାର୍ବତ୍ୟାଞ୍ଚଳ, କୃତ୍ରିମ ହେଉ ଅଥବା ଆଧ୍ୟାତ୍ମିକ… ପର୍ଯ୍ୟଟନର ସମ୍ଭାରରେ ଭରପୁର ହିଂଜିଳିକୁ ଆଉ ଏକ ଅନନ୍ୟ ପରିଚୟ ପ୍ରଦାନ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ପଟ୍ଟନାୟକ ପାର୍କ, ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ, ଆଇଟିଆଇ ଓପନ୍ ଏୟାର ସ୍କ୍ରାପ୍ ମ୍ୟୁଜିୟମ୍ ପରେ ଏବେ ହିଂଜିଲି ବାସୀ ଶୀଘ୍ର ସମରଝୋଳ ପୋଖରୀ ପାଇଁ ଗୌରବାନ୍ବିତ ହେବାକୁ ଯାଉଛନ୍ତି । ହିଂଜିଲିକାଟୁ ବାସିନ୍ଦାଙ୍କ ଆଉ ଏକ ସ୍ଵପ୍ନ ପୂରଣ କରିବେ ନବୀନ ପଟ୍ଟନାୟକ।
ରିପୋର୍ଟ : ତାପସ କୁମାର ପଣ୍ଡା



