Sunday, November 15, 2026
Home ଆଞ୍ଚଳିକ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା “ହିନ୍ଦୀ ପକ୍ଷ” ପାଳନ ଉଦଘାଟିତ

ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା “ହିନ୍ଦୀ ପକ୍ଷ” ପାଳନ ଉଦଘାଟିତ

62

ଖୋର୍ଦ୍ଧା ରୋଡ଼,୧୪/୯ (ଜିଲ୍ଲା ଖବର):

ସରକାରୀ କାର୍ଯ୍ୟରେ ହିନ୍ଦୀ ଭାଷାର ମହତ୍ତ୍ୱ କୁ ପ୍ରୋତ୍ସାହିତ କରିବା ପାଇଁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ରାଜଭାଷା ବିଭାଗ ୧୪/୯/୨୧ ରୁ ୨୮/୯/୨୧ ପର୍ଯ୍ୟନ୍ତ “ହିନ୍ଦୀ ପକ୍ଷ” ପାଳନ କରୁଛି ଏବଂ ଆଜି ହିନ୍ଦୀ ଦିବସ ପାଳନ କରିଛି ।
ଆଜି ୧୪/୯/୨୧ ରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍), ଶ୍ରୀ ଅଶୋକ କୁମାରଙ୍କ ଅଧ୍ୟକ୍ଷତାରେ ହିନ୍ଦୀ ପକ୍ଷ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଶ୍ରୀ ପି.କେ ମହାପାତ୍ର, ଡିଭିଜନାଲ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର (ଜେନେରାଲ୍) ଏବଂ ସହକାରୀ କର୍ମିକ ଅଧିକାରୀ ଶ୍ରୀ ସୋଭିକ୍ ସାହା, ବିଭାଗର ଅନ୍ୟ କର୍ମଚାରୀଙ୍କ ସହ ଉପସ୍ଥିତ ଥିଲେ।

ରାଜଭାଷା ର ଅଗ୍ନିକୁ ସର୍ବଦା ଉଜିବିତ କରି ଦୈନନ୍ଦିନ ଜୀବନରେ ହିନ୍ଦୀ ର ବ୍ୟବହାର ରେ ବୃଦ୍ଧି ପାଇଁ ଶ୍ରୀ ଅଶୋକ କୁମାର, ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ସମସ୍ତଙ୍କୁ “ରାଜଭାଷା ଶପଥ” ପାଠ କରାଇଥିଲେ ।

ଏହି ସମାରୋହରେ ସଂସ୍କୃତ-ହିନ୍ଦୀ ଉଦ୍ଧୃତି ସହିତ ପ୍ରଦର୍ଶନ ବୋର୍ଡଗୁଡିକ ଉଦ୍ଘାଟିତ ହୋଇଥିଲା ଯାହାର ଲକ୍ଷ୍ୟ ହେଉଛି ହିନ୍ଦୀ ଶିଖିବା ଏବଂ ଜୀବନରେ ହିନ୍ଦୀ ବ୍ୟବହାର କରିବା ପାଇଁ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ଏଥିପାଇଁ ମଣ୍ଡଳ ର ଅଫିସ୍ କୋଠା ଏବଂ ରେଳ ଷ୍ଟେସନରେ ଏହା ସବୁ ପ୍ରଦର୍ଶିତ ହେବ ।
ହିନ୍ଦୀ ପକ୍ଷ ପାଳନ ସମୟରେ ବିଭିନ୍ନ ଅନଲାଇନ୍ ପ୍ରତିଯୋଗିତା ଯେପରିକି ହିନ୍ଦୀ ପ୍ରବାଦ ଲେଖିବା, କୁଇଜ୍, ହିନ୍ଦୀ ଲେଖା, ବିଭିନ୍ନ କାର୍ଯ୍ୟକ୍ରମ ଯେପରିକି ଲିଆଜନ୍ ଅଧିକାରୀଙ୍କ ସହିତ ହିନ୍ଦୀ ସମୀକ୍ଷା ବୈଠକ, ମହିଳା କର୍ମଚାରୀଙ୍କ ପାଇଁ ଯୋଗ କାର୍ଯ୍ୟକ୍ରମ ଏବଂ ଏମ୍ଏସ୍ ଅଫିସ୍ ଜ୍ଞାନ ଇତ୍ୟାଦି ଉପରେ ହିନ୍ଦୀ କର୍ମଶାଳା ଇତ୍ୟାଦି ରାଜଭାଷା ବିଭାଗ ଦ୍ୱାରା ପରିଚାଳିତ ହେବ |

ଏହି ଅବସରରେ ଶ୍ରୀ ଅଶୋକ କୁମାର ସରକାରୀ କାର୍ଯ୍ୟରେ ହିନ୍ଦୀ ଭାଷାର ବ୍ୟବହାର ବୃଦ୍ଧି ପାଇଁ ପଦକ୍ଷେପ ନେଇଥିବାରୁ ରାଜଭାଷା ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ୟେଲିନା ପଣ୍ଡା, ଖୋର୍ଦ୍ଧା ରୋଡ଼ ମଣ୍ଡଳର ରାଜଭାଷା ଅଧିକାରୀ, ସଂଯୋଜନା କରିଥିଲେ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର