Wednesday, November 11, 2026
Home ଆଞ୍ଚଳିକ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କଲେ ରେଳମନ୍ତ୍ରୀ

ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କଲେ ରେଳମନ୍ତ୍ରୀ

8

୧୪/୦୯/୨୧ (ଜିଲ୍ଲା ଖବର) : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଜାମ୍ମୁରୁ କାଟରା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରିଛନ୍ତି। ଏହି ସମୟରେ ସେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ସହ ମଧ୍ୟ କଥା ହୋଇ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି।

ସେ କହିଛନ୍ତି ଯେ ଯାତ୍ରୀମାନେ ବନ୍ଦେ ଭାରତ ଏକ୍ସପ୍ରେସରେ ମିଳୁଥିବା ସେବା ଉପରେ ସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି। ରେଳ ମନ୍ତ୍ରୀ କହିଛନ୍ତି ଯେ ଟ୍ରେନରେ ସ୍ୱଚ୍ଛତା ନେଇ ସରକାରଙ୍କ ଉଦ୍ୟମକୁ ଲୋକମାନେ ପ୍ରଶଂସା କରିଛନ୍ତି।

ରେଳମନ୍ତ୍ରୀ ଟ୍ୱିଟରରେ ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରା ବିଷୟରେ ପୋଷ୍ଟ କରିଛନ୍ତି। ଭିଡିଓରେ ଅଶ୍ୱିନୀ ବୈଷ୍ଣବ ଜଣେ ମହିଳା ଯାତ୍ରୀଙ୍କ ସହ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳିଛି। ମହିଳା ଜଣକ ରେଳମନ୍ତ୍ରୀଙ୍କ ସହ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରିବାର ଅଭିଜ୍ଞତା ବାଣ୍ଟିଛନ୍ତି। ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆଶା କରାଯାଉଛି ଯେ ୨୦୨୩ ସୁଦ୍ଧା ଆମେ ଜାମ୍ମୁରୁ ବାରାମୁଲ୍ଲା ଯାତ୍ରା କରିପାରିବା, ଏହାର କାମ ଚାଲିଛି।