Sunday, November 15, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! ଆୟୁଷ୍ମାନ ଖୁରାନା

ଜନ୍ମଦିନର ଶୁଭେଚ୍ଛା ! ଆୟୁଷ୍ମାନ ଖୁରାନା

5

ନୂଆଦିଲ୍ଲୀ, ୧୪/୦୯/୨୧ (ଜିଲ୍ଲା ଖବର) : ହିନ୍ଦୀ ସିନେମାର ଜଣାଶୁଣା ଅଭିନେତା ଆୟୁଷ୍ମାନ ଖୁରାନଙ୍କ ଆଜି ଜନ୍ମଦିନ । ୧୪ ସେପ୍ଟେମ୍ବର ୧୯୮୪ରେ ଚଣ୍ଡିଗଡରେ ଏକ ପଞ୍ଜୀବୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ରେଡିଓ ଏବଂ ଟିଭି ରିଆଲିଟି ଶୋ’ରୁ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ପାଖାପାଖି ୧୭ ବର୍ଷ ବୟସରେ ସେ ଗ୍ଲାମର ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ ।

ଫିଲ୍ମ ଦୁନିଆଁକୁ ଆସିବା ପୂର୍ବରୁ ସେ ଆରଜେ କାମ କରୁଥିଲେ । ଏହାପରେ ଏମଟିଭିରେ ପ୍ରସାରିତ ରୋଡିଜ୍ ଜିତିବା ପରେ ସେ ବେଶ ଚର୍ଚ୍ଚାକୁ ଆସିଥିଲେ । ତାପରେ ସେ ଏମଟିର ଅନେକ ଶୋ’ କରିଥିଲେ ।

୨୦୧୨ରେ ଫିଲ୍ମ’Vicky Donor’ ମାଧ୍ୟମରେ ସେ ଡେବ୍ୟୁ କରିଥିଲେ । ଏହାପରେ ତାଙ୍କ କ୍ୟାରିୟରର ଯାତ୍ରା ଆଗକୁ  ବଢି ଚାଲିଲା । ତାପରେ ସେ ଅନେକ ହିଟ୍ ଫିଲ୍ମ ଭେଟ୍ଟି ଦେଇଛନ୍ତି ଦର୍ଶକଙ୍କୁ ।  ତାଙ୍କ ଅଭିନୟକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେରସାରା ଶୁଭକାମନା ।