
ଭୁବନେଶ୍ଵର, ୧୪/୦୯/୨୧ (ଜିଲ୍ଲା ଖବର) : ରାଜ୍ୟରେ ଆଜି ମୋଟ ୬୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୧୦ ଲକ୍ଷ ୨ ହଜାର ୮୧୦ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛନ୍ତି।
ଖୋର୍ଦ୍ଧାରୁ ସର୍ବାଧିକ ୨୧୮ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୯୩, ବାଲେଶ୍ଵରରୁ ୫୦, ମୟୂରଭଞ୍ଜରୁ ୩୭, ଯାଜପୁରରୁ ୩୨, ଢେଙ୍କାନାଳରୁ ୨୪, ସୁନ୍ଦରଗଡରୁ ୨୦, ଜଗତସିଂହପୁରରୁ ୧୭, ସମ୍ବଲପୁରରୁ ୧୬, ଅନୁଗୁଳରୁ ୧୫, ବରଗଡରୁ ୧୪, କେନ୍ଦ୍ରାପଡାରୁ ୧୩, ନବରଙ୍ଗପୁରରୁ ୧୧, ନୟାଗଡରୁ ୧୧, ପୁରୀରୁ ୧୦, ରାୟଗଡାରୁ ୯, ଭଦ୍ରକରୁ ୮, କେନ୍ଦୁଝରରୁ ୮, ସୋନପୁରରୁ ୬, ଗଞ୍ଜାମରୁ ୫, ଦେବଗଡରୁ ୪, କଳାହାଣ୍ଡିରୁ ୪, ଝାରସୁଗୁଡାରୁ ୩, ଗଜପତିରୁ ୨, କୋରାପୁଟରୁ ୨, ମାଲକାନଗିରିରୁ ୨ ଏବଂ ଷ୍ଟେଟ ପୁଲରୁ ୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


