Sunday, November 15, 2026
Home ଆଞ୍ଚଳିକ ସେପ୍ଟେମ୍ବର ୧୫ ପରେ କୌଣସି ପିଲାଙ୍କୁ ମିଳିବନି ଆଶୀର୍ବାଦ ସହାୟତା

ସେପ୍ଟେମ୍ବର ୧୫ ପରେ କୌଣସି ପିଲାଙ୍କୁ ମିଳିବନି ଆଶୀର୍ବାଦ ସହାୟତା

9

ଭୁବନେଶ୍ୱର, ୧୪/୦୯/୨୧ (ଜିଲ୍ଲା ଖବର) : ସେପ୍ଟେମ୍ବର ୧୫ ପରେ କୌଣସି ପିଲାଙ୍କୁ ମିଳିବନି ଆଶୀର୍ବାଦ ସହାୟତା । ବାପା-ମାଆଙ୍କୁ ହରାଉଥିବା ପିଲା ଏଣିକି ଶିଶୁ ସୁରକ୍ଷା ଯୋଜନାରେ ସାମିଲ ହେବେ । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଲା ମହିଳା ଓ ଶିଶୁ ବିକାଶ ବିଭାଗ । କୋଭିଡ ମୃତ୍ୟୁ ସଂଖ୍ୟା କମିବା ପରେ ସରକାର ନିଷ୍ପତ୍ତି ନେଇଛନ୍ତି।  

୨୦୨୦ ଏପ୍ରିଲ ୧ରୁ ରାଜ୍ୟ ସରକାର ଲାଗୁ କରିଥିଲେ ଆଶୀର୍ବାଦ ଯୋଜନା। ବାପା-ମାଆଙ୍କୁ ହରାଇଥିବା ପିଲାଙ୍କୁ ମାସିକ ଅର୍ଥ ସହାୟତା ଯୋଗାଇ ଦେବାକୁ ହୋଇଥିଲା ଘୋଷଣା। ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କ ମୃତ୍ୟୁ କ୍ଷେତ୍ରରେ ବି ସହାୟତା ମିଳିବ ବୋଲି କହିଥିଲେ ସରକାର। ଯୋଜନାରେ ସାମିଲ ହୋଇଥିବା ପିଲା ୧୮ ବର୍ଷ କିମ୍ବା ପୋଷ୍ୟ ହେବା ଯାଏ ଯୋଜନାର ସୁଫଳ ପାଇବେ।