Sunday, November 15, 2026
Home ଆଞ୍ଚଳିକ ଲଗାଣ ବର୍ଷାରେ ୧୯ ଲକ୍ଷ ୫୩ ହଜାର ୬୪୭ ଲୋକ ପ୍ରଭାବିତ

ଲଗାଣ ବର୍ଷାରେ ୧୯ ଲକ୍ଷ ୫୩ ହଜାର ୬୪୭ ଲୋକ ପ୍ରଭାବିତ

9
Haryana, Aug 13 (ANI): A vehicle passing through waterlogged Delhi- Gurugram expressway after heavy rains, at Narsinghpur, in Gurugram on Thursday. (ANI Photo)

ଭୁବନେଶ୍ୱର, ୧୪/୦୯/୨୧ (ଜିଲ୍ଲା ଖବର) : ରାଜ୍ୟରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଜାରି ରହିଥିଲା। ଯାହା ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ବର୍ଷା କାରଣରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ତେବେ ଆଜି ହୁଏତ ବର୍ଷା ସାମାନ୍ୟ ଛାଡିଛି, କିନ୍ତୁ ଅନେକ ଲୋକ ଅସୁବିଧାରେ ରହିଛନ୍ତି।

ରାଜ୍ୟରେ ଲଗାଣ ବର୍ଷା ପ୍ରଭାବରେ ୧୯ ଲକ୍ଷ ୫୩ ହଜାର ୬୪୭ ଜଣ ପ୍ରଭାବିତ ହୋଇଥିବା ଜଣାପଡିଛି । ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୧୧ ଲକ୍ଷ ୩୬ ହଜାର ୯୭୧ ଲୋକ ପ୍ରଭାବିତ ହୋଇଛନ୍ତି । ୫୩ଟି ବ୍ଲକର ୨୭ ଶହ ୮୯ ଗାଁ,୧୪ ପୌରାଞ୍ଚଳ ପ୍ରଭାବିତ ହୋଇଛି । ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୨୬୫ ଘର ଭାଙ୍ଗିଛି। ୩ ହଜାର ୮ ଶହ ୧୯ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହାସହ ୩ ଜଣଙ୍କ ଜୀବନ ଯାଇଛି। କେନ୍ଦ୍ରାପଡାରୁ ଦୁଇ ଜଣ ଓ ଖୋର୍ଦ୍ଧାରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଜଣାପଡିଛି।

ଲଗାଣ ବର୍ଷାରେ କାନ୍ଥ ଭୁଷୁଡି କାହାର ଜୀବନ ଯାଇଥିବାବେଳେ କିଏ ଭାସି ଯାଇ ଜୀବନ ଯାଇଛି। ଅନେକ ଲୋକ ପ୍ରଭାବିତ ହୋଇଛନ୍ତି।