ଲଗାଣ ବର୍ଷା, ଜଳମଗ୍ନ ଅବସ୍ଥାରେ ଗଣିଆ ବ୍ଲକର ଶତାଧିକ ପରିବାର

4

ନୟାଗଡ,୧୪/୦୯/୨୧ (ଜିଲ୍ଲା ଖବର) : ଦୁଇ ଦିନର ଲଗାଣ ବର୍ଷାରେ ଜଳମଗ୍ନ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ଶତାଧିକ ପରିବାର  । ଗଣିଆ ବ୍ଲକର ଓସ୍ତିଆ, ବସନ୍ତପୁର, ଗୋଛବାରି ଗାଁରେ ଲଗାଣ ବର୍ଷା ଯୋଗୁଁ ଅନେକ ଘରେ ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ପରିବାରର ଲୋକେ ଘରୁ ପାଣି ବାହାର କରିବାରେ ଲାଗିଛନ୍ତି ।

କିଛି ଲୋକ ନିରୁପାୟ ହୋଇ ପରିବାର ଲୋକଙ୍କୁ ନେଇ ଉଚ୍ଚା ସ୍ଥାନରେ ରହିଛନ୍ତି । ତେବେ ଦୁଇଦିନ ଧରି ଲଗାଣ ବର୍ଷା ଫଳରେ ଜଳମଗ୍ନ ଅବସ୍ଥାରେ ରହିଥିବା ପ୍ରାୟ ପାଞ୍ଚ ସହ ପରିବାରଙ୍କ ଘରେ ଚୁଲି ଜଳିପାରୁ ନଥିବାରୁ ଲୋକେ ଘଣ୍ଟା ଘଣ୍ଟା ଧରି ଉପାସରେ ରହିଛନ୍ତି  । ଏଯାଏ ଏମାନଙ୍କ ପାଖେ ପ୍ରଶାସନ ପକ୍ଷରୁ କୌଣସି ସହାୟତା ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି ।