Sunday, November 15, 2026
Home ଆଞ୍ଚଳିକ ଜଟଣୀ ପୌରପରିଷଦ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ଦୁର୍ନୀତି ହୋଇଥିବା ଅଭିଯୋଗ

ଜଟଣୀ ପୌରପରିଷଦ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ଦୁର୍ନୀତି ହୋଇଥିବା ଅଭିଯୋଗ

49

ଜଟଣୀ, ୧୩/୯ (ଜିଲ୍ଲା ଖବର): ଜଟଣୀ ପୌରପରିଷଦ ର ଉନ୍ନତିକରଣ କାର୍ଯ୍ୟରେ ଦୁର୍ନୀତି ଏବଂ ସରକାରୀ ନିୟମ କୁ ଖିଲାପ କରିଥିବା ଅଭିଯୋଗ ହୋଇଛି । RTI ତଥ୍ଯ ଅନୁଯାଇ ଜଟଣୀ ବସଷ୍ଟାଣ୍ଡ ନିକଟରେ 2020 ଅକ୍ଟୋବର ମାସରେ 146 ଟି ଭେଣ୍ଡିଂ ଜୋନ ନିର୍ମାଣ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଏହି କାମ ପାଇଁ E ଟେଣ୍ଡର ପକ୍ରିଆ ଅବଲମ୍ବନ ପାଇଁ ନଗର ଉନ୍ନୟନ ବିଭାଗ ର ନିୟମ ଥିଲେ ସୁଦ୍ଧା ଜଟଣୀ ପୌରପରିଷଦ ପକ୍ଷରୁ ସାଧାରଣ ଟେଣ୍ଡର କରାଯାଇଥିଲା ।ସେହିପରି ଭେଣ୍ଡିଂ ଜୋନ ନିର୍ମାଣ କାର୍ଯ୍ୟରେ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଛି । ଜଟଣୀ ସହରରେ ଆଲୋକୀକରଣ ମଧ୍ଯ ଅର୍ଥ ତୋଷାରପାତ ର ଅଭିଯୋଗ ହୋଇଛି । ଗତ 10 ମାସ ମଧ୍ଯ ରେ ଜଟଣୀ ପୌରପରିଷଦ ପକ୍ଷରୁ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଠିକ ରୂପେ ହୋଇନଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଜଟଣୀ ପୌରପରିଷଦ 8 ନଂ ୱାଡ ର ପୁର୍ବତନ କାଉନସିଲର ସୌମେନ୍ଦ୍ର ପଟନାୟକ ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର