
ବିଷମକଟକ ,୧୩/୯(ଜିଲ୍ଲା ଖବର):
ବିଷମକଟକ ବ୍ଲକ ରେ ଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା ରେ ଗତ ମାସ ରେ କେତୋଟି କର୍ମୀ ଙ୍କର ରିଟାଇର୍ମେଣ୍ଟ ପରେ ସେଇ କେନ୍ଦ୍ର ଗୁଡିକରେ ପୁନଃ ନିଯୁକ୍ତି ପାଇଁ ଏକ ବିଜ୍ଞାପନ କୁ କୁଟିଳ ପ୍ରକୃତି ବିନିଯୋଗ କରି ପ୍ରଥିନି ମାନଙ୍କୁ କାଟ ଛାଟ କରିଦିଆଯାଇଥିଇବା ଦପ୍ତର ରୁ ଜଣାପଡିଛି । ଉପଯୁକ୍ତ ପ୍ରାଥିନି ମାନଙ୍କ ସ୍କୁଟିନିଂ ଙ୍କୁ , ନିଯୁକ୍ତି ପାଇଁ ଦିଆଯାଇଥିବା ଆବେଦନ ର ନିୟମାବଳୀ ରେ ଅଯଥା କେତୋଟି ପଏଣ୍ଟ ଆଡ଼ କରି , ଯିଏ ଅର୍ଥ ଅଧିକ ଦେଇଛି ତାକୁ ଆଗ୍ରଅଧିକାର ଦିଆଯାଇଥିବା ବେଳେ , ଅନ୍ୟ ମାନକୁ କାଟିଦିଆଯାଇଛି । ଏମିତିକି ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ଓ ସୁପର୍ବାଇଜର ନିଯୁକ୍ତି ରେ ନାହିଁ ନ ଥିବା ନିୟମ ନିଜେ ଲାଗୁ କରି ଚଂଚକତା କରି ପ୍ରକୃତ ଯୋଗ୍ୟ ମାନକୁ ନିଯୁକ୍ତି ନ କରି , ଅଯୋଗ୍ୟ ମାନକୁ ଅର୍ଥ ପାଇଁ ନିଯୁକ୍ତି ଦେଇଥିବା ଅଭିଯୋଗ ହେଇଚି । ଏ ନେଇ ଆଜି ବିଷମକଟକ cdpo ଅଫିସ ରେ ବିଷମକଟକ ର କିଛି ବୁଦ୍ଧିଜୀବୀ ଙ୍କ ଏଇ ଦୁର୍ନୀତି ର ଗୁମର ଖୋଲିଛି । ଅନ୍ୟପଟେ ଯୋଜନା ଅଧିକାରୀ ଶ୍ରୀମତୀ ସୁଶିଳା ଶବର ନିଜ ଦୋଷ କୁ କିଛି କର୍ମୀ ଙ୍କ ଉପରେ ଲଦି ଦେଇ ଖସିଯିବାକୁ ବସିଥିବା ଜଣାପଡିଛି ।ଖଂବେସି ଭଳି ଦୁର୍ଗମ ଅଂଚଳ ରେ ଡଙ୍ଗରିଆ କର୍ମୀ ଙ୍କୁ ନିଯୁକ୍ତି ଦେବାପାଇଁ ନିୟମ ଥିବା ବେଳେ ଅନ୍ୟ ପଂଚାୟତ ର ପ୍ରାଥିନି ଙ୍କୁ ନିଯୁକ୍ତି ଦିଆଯାଇଛି ଏଣୁ ଏହାର ତୀବ୍ର ନିନ୍ଦା ସହ ଉକ୍ତ ନିଯୁକ୍ତି କୁ ସ୍ଥଗିତ କରି ଆଉ ଥରେ ନିଯୁକ୍ତି ପାଇଁ ପୁନଃ ଆବେଦନ ପାଇଁ ପ୍ରାଥିନି ମାନେ ଅଭିଯୋଗ କରିଛନ୍ତି । ହେଲେ ଏ ବାବଦ ରେ ଉପଜିଲ୍ଲାପାଳ ଏଇ ବିଷୟକୁ ଦୃଢ଼ତା ର ସହ ନେଇ ବିଧିବଦ୍ଧ ଭାବେ ନିଯୁକ୍ତି ପ୍ରକ୍ରିୟା ରେ ଅଂଶ ଗ୍ରହଣ କଲେ ଉପଯୁକ୍ତ ପ୍ରାଥିନି ନିଯୁକ୍ତି ପାଇବ ବୋଲି ବୁଦ୍ଧିଜୀବୀ ଦାବୀ କରିଛନ୍ତି ।ଅନ୍ୟ ପଟେ ଏହାର ସି ବି ଆଇ ତଦନ୍ତ କରି କାର୍ଯନୁଷ୍ଠାନ ପାଇଁ ଡଙ୍ଗରିଆ ଯୁବକ ଦାବୀ କରିଛନ୍ତି , ଏହା ବି ଦେଖିବାକୁ ମିଳୁଛି କି ଇସ୍ତହାର ରେ ଥିବା ଗୋଟିଏ ଗ୍ରାମ ର ନିଯୁକ୍ତି ପ୍ରାଥିନି କୁ 65 ଶତକଡା ନମ୍ବର ଥିବା ବ୍ୟକ୍ତି ଙ୍କୁ ନିଯୁକ୍ତି ନ ଦିଆଯାଇ , 64 ଶତକଡା ନମ୍ବର ରଖିଥିବା ବ୍ୟକ୍ତି ଙ୍କୁ ହାଇ ଭୋଲ୍ଟେଜ ର ପେକେଜ ନେଇ cdpo ଓ ସୁପ୍ରଭାଇଜର ନିଯୁକ୍ତି ନାମା ଦେଇଛନ୍ତି । ଏଣୁ ଏଇ ଚୟନ ପ୍ରକ୍ରିୟା କୁ ସ୍ଥଗିତ ରଖିବାକୁ ଦାବି ହେଉଛି।
ରିପୋର୍ଟ : ପ୍ରସନ ପଣ୍ଡା



