Thursday, November 12, 2026
Home ଆଞ୍ଚଳିକ ଭାରତୀୟ ଜନତା ପାର୍ଟି ଘୁମୁସର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟରୁ ଇସ୍ତଫା ନିମନ୍ତେ ଶ୍ରୀ ଆକାଶ...

ଭାରତୀୟ ଜନତା ପାର୍ଟି ଘୁମୁସର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟରୁ ଇସ୍ତଫା ନିମନ୍ତେ ଶ୍ରୀ ଆକାଶ ପଟ୍ଟନାୟକ ଙ୍କ ପତ୍ର

20

ହିଞ୍ଜିଳକାଟୁ,୧୩/୯(ଜିଲ୍ଲା ଖବର):
ଶ୍ରୀ ଆକାଶ ପଟ୍ଟନାୟକ ଏକ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତିଙ୍କୁ ଦେଇଛନ୍ତି।ସେ ଏହି ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ଯେ ଦୀର୍ଘ ଦଶନ୍ଧିରୁ ଉଦ୍ଧ ସମୟ ଧରି ପାଟିରେ କାମକରି ଆସୁଥିବା ଜଣେ ଶୃଙ୍ଖଳିତ ଏବଂବୈଚାରିକ ଦର୍ଶନ ଏବଂ ସିଦ୍ଧାନ୍ତରେ ସିରୁ ସାମାନ୍ୟ ଜଣେ କାର୍ଯ୍ୟକର୍ତ୍ତା । କିଛି ବର୍ଷ ସଂଘ କାମ କରିବା ପରେ ସଂଘର ବିବିଧ କ୍ଷେତ୍ରରେ କିଛି କାମ କରିବାର ଅନୁଭୂତି ନେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲି। ପାର୍ଟି ମୋ ଭଳି ଜଣେ ସାମାନ୍ୟ କାର୍ଯ୍ୟକର୍ତାକୁ ସମ୍ମାନର ଅଧ୍ୟକାରୀ କରାଇ ଦୁଇ ଦୁଇ ଥର ନଗର ସାଧାରଣ ସମ୍ପାଦକ, ହିଞ୍ଜିଳିକାଟୁ ନଗର, ଉପ-ସଭାପତି ତଥା
ସଦସ୍ୟତା ଅଭିଯାନ ପ୍ରମୂଖ, ହିଞ୍ଜିଳିକାଟୁ ନଗର ଏବଂ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ, ଘୁମୁସର (ସାଙ୍ଗଠନିକ) ଜିଲ୍ଲା ଭଳି ଗୁରୁ
ଦାୟିତ୍ର ନିର୍ବାହନ ପାଇଁ ମତେ ଯୋଗ୍ୟ ବୋଲି ବିଚାର କରି ନିର୍ବାଚିତମନୋନୀତ କରିଥିଲା। ମୁଁ ମୋ ଉପରେ ନ୍ୟସ୍ତ ଥିବା ସମସ୍ତ କାର୍ଯ୍ୟକୁ ସୁଚାରୁ ଭାବରେ ସମ୍ପାଦନ କରିବା ନେଇ ଯତ ପରୋନାସ୍ତି ଉଦ୍ୟମ କରିଛି। ଅନେକ ଜାଗାରେ ସଫଳ ତାବି ପାଇଛି ଅନେକ ଜାଗାରେ ବିଫଳତାର ସ୍ବାଦ ମଧ୍ୟ ଚାଖୁଛି। ଅଗଷ୍ଟ/୨୦୧୬ରେ ଏକ କାର୍ଯ୍ୟକ୍ରମର ଦାୟିତ୍ବ ମୋ ଉପରେ ନ୍ୟସ୍ତ ଥିଲା କିନ୍ତୁ କୌଣସି କାରଣବଶତଃ କାର୍ଯ୍ୟକ୍ରମଟି ଆୟୋଜନ ନ ହୋଇ ପାରିବାର ଦାୟିତ୍ବବୋଧକୁ ନିଜ ଉପରକୁ ନେଇ ନଗର ସାଧାରଣ-ସମ୍ପାଦକ ଦାୟିତୁରୁ ନିଜକୁ ମୁକ୍ତ କରିଥିଲି। କିନ୍ତୁ ପରବର୍ତ୍ତୀ ସମୟରେ ପାର୍ଟି ମତେ ଆହୁରି ଆହୁରି ଗୁରୁଦାୟିତ୍ବ ପ୍ରଦାନ
କରିଥିଲା । ସାମ୍ପ୍ରତିକ ପରିସ୍ଥିତିରେ ରାଜନୀତି କ୍ଷେତ୍ର ପାଇଁ ମୁଁ ନିଜକୁ ଯୋଗ୍ୟ ବୋଲି ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ), ଜିଲ୍ଲା ସଭାପତି, ଘୁମୁସର ସାଙ୍ଗଠନିକ ଜିଲ୍ଲା,ହିଞ୍ଜିଳିକାଟୁ ନଗର ସଭାପତିଙ୍କ ଅବଗତି ନିମନ୍ତେ ପ୍ରେରଣ କରିଛନ୍ତି ।
ରିପୋର୍ଟ : ତାପସ କୁମାର ପଣ୍ଡା