
ବାଲିଗୁଡା,୧୩/୯,(ଜିଲ୍ଲା ଖବର) :
ତୁମୁଡ଼ିବନ୍ଧ ବନାଞ୍ଚଳର ମାଦାଗଗୁଡ଼ା ଅଞ୍ଚଳରୁ କାଠ ଚୋରାଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତୁମୁଡ଼ିବନ୍ଧ ବନାଞ୍ଚଳ ଅଧିକାରୀ ଲଳିତ ମୋହନ ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ମାଦାଗୁଡ଼ା ଛକ ନିକଟରେ ଜଗି ରହିଥିଲେ | କାଠ ବୋଝେଇ ପିକ୍ଅପ୍ ଭ୍ୟାନ୍ ତୁମୁଡ଼ିବନ୍ଧ ଆଡ଼କୁ ଯିବା ସମୟରେ ଗାଡ଼ିକୁ କାବୁ କରିଥିଲା ଟିମ୍ ଓ ସେଥିରେ ଥିବା 19 ଖଣ୍ଡ ପିଆଶାଳ କାଠ ପଟା ଜବତ କରିବା ସହ ଦୁଇଜଣ ଚାଲାଣକାରୀ ଗିରଫ କରିଛି ବନବିଭାଗ | ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ 50 ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଗିରଫ ଦୁଇଜଣ ଚାଲାଣ କାରୀ ହେଲେ ତୁମୁଡ଼ିବନ୍ଧ ଅଞ୍ଚଳର ଜଗନ୍ନାଥ ନାୟକ ଓ ରୁନା ନାୟକ ବୋଲି ସୂଚନା ଦେଇଛନ୍ତି ତୁମୁଡ଼ିବନ୍ଧ ବନାଞ୍ଚଳ ଅଧିକାରୀ ଲଳିତ ମୋହନ ନାୟକ ।
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ



