
ଜଟଣୀ,୧୩/୯,(ଜିଲ୍ଲା ଖବର) :
ଓଡିଶା ବ୍ୟାଡମିଣ୍ଟନ ଆସୋସିଏସନ ଆନୁକୁଲ୍ଯରେ ଜଟଣୀ ଆଶ୍ରୟ ଇଣ୍ଡୋର ଷ୍ଟାଡିୟମ ରେ ରାଜ୍ୟ ସ୍ତରୀୟ ଅଣ୍ଡର ୧୯ବ୍ୟାଡମିଣ୍ଟନ ପ୍ରତିଯୋଗତା ଆସନ୍ତା ୨୪ ତାରିଖ ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ନେଇ ଆଶ୍ରୟ ସଂଗଠନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ । ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ସ୍ଥାନ ରୁ ୧୯ ବର୍ଷ ରୁ କମ ବୟସ ର ଉଭୟ ବାଳକ ଏବଂ ବାଳିକା ମାନେ ପ୍ରତିଯୋଗିତାରେ ଭାଗ ନେବେ । ଏଥିରେ ୧୫୦ ଖେଳାଳିଙ୍କ ପାଇଁ ରହିବା ଖାଇବା ଓ ଗମନାଗମନ ର ବ୍ୟବସ୍ଥା କରାଯିବ । ଏ ନେଇ ଖୋର୍ଦ୍ଧା ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।ରଂଜନ କୁମାର ସ୍ବାଇଁ , ସାଧାରଣ ସଂପାଦକ ଖୋର୍ଦ୍ଧା ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ ,
ଅଜିତ ମହାନ୍ତି , ଯୁଗ୍ମସଂପାଦକ ଖୋର୍ଦ୍ଧା ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ I
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର


