
ସୀମାନ୍ତ ଗାଁ ରେ ପାଳିଲେ ନୁଆଁଖାଇ ପର୍ବ
ବାଲିଗୁଡା,୧୩/୦୯/୨୧ (ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ର ସୀମାନ୍ତ ପଂଚାୟତ ଲଣ୍ଡାଗାଁ, ଖୋମଣ ଖୋଲ ରେ ନୁଆଁଖାଇ ଆନନ୍ଦ ଉଲ୍ଲାସ ରେ ଗ୍ରାମବାସୀ ପାଳନ କରିଛନ୍ତି |ଗ୍ରାମ ର ସବୁ ପରିବାର ନୂଆ ଧାନ ରେ ପସ୍ତୁତ ଚାଉଳ ରେ କ୍ଷୀରି, ପିଠା, ବ୍ୟଞ୍ଜନ କରି ନିଜ ନିଜ ର ଇଷ୍ଟ ଦେବୀ ଙ୍କ ଠାରେ ସମର୍ପି ଘରେ ନୁଆଁ ଖାଇ ଥିଲେ |ପରେ ଗ୍ରାମବାସୀ ଏକତ୍ରିତ ହୋଇ ନୁଆଁଖାଇ ଜୁହାର ପାଳି ଥିଲେ |ଘରର ମୁରବି ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରିଥିଲେ |ସମସ୍ତେ ଏକତ୍ର ହୋଇ ନବାନଂ ଖାଇ ଥିଲେ |ନୁଆଁ ଖାଇ ପଶ୍ଚିମ ଓଡିଶା ର ଗଣପର୍ବ ଥିବାରୁ ବାହାରେ ରହୁ ଥିବା ପରିବାର ଲୋକେ ବର୍ଷ କରେ ଏହି ଦିନ ଏକତ୍ରିତ ହୋଇ ଥାନ୍ତି | ଲଣ୍ଡାଗାଁ ଯୁବକ ସଂଘ ପକ୍ଷରୁ ନୁଆଁଖାଇ ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରି ଗ୍ରାମର ବରିଷ୍ଟ ନାଗରିକ ମାନଙ୍କୁ ସଂମ୍ମାନିତ କରିଥିଲେ |ବାଲିଗୁଡା ବ୍ଲକ ର ଏହି ସୀମାନ୍ତ ଲଣ୍ଡାଗାଁ, ଖମଣଖୋଲ ଅଞ୍ଚଳ ରେ ଧୁମ ଧାମ କୃଷି ଭିତ୍ତିକ ପର୍ବ ଆନନ୍ଦ ଉଲ୍ଲାସ ରେ ପାଳନ କରିଛନ୍ତି |



