
ଗଞ୍ଜାମ ଜିଲ୍ଲା, ୧୩/୯/୨୧,ଜିଲ୍ଲା ଖବର:
ରଜକ କୁଳ ର ସାତଗୋଟି ତାଲୁକା କର୍ମକର୍ତା ଉପସ୍ଥିତିରେ ପଶ୍ଚିମ ମଣ୍ଡଳର ନୂତନ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ଆଜି ଗଞ୍ଜାମ ଜିଲ୍ଲା ଧରାକୋଟ ମଥୁରା ସନିଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲା ରଜକ କୁଳ ସଭାପତି କୃଷ୍ଣଚନ୍ଦ୍ର ସେଠୀ ସନ୍ନମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଉପଦେଷ୍ଟା ଅଶୋକ କୁମାର ବେହେରା, ଉପସଭାପତି ରୋହିତ କୁମାର ସେଠୀ ଙ୍କ ସମେତ ସାତଗୋଟି ତାଲୁକାର କର୍ମକର୍ତା ମାନେ ଉପସ୍ଥିତ ରହି ସର୍ବସମତି କ୍ରମେ ରଜକ କୁଳର ପଶ୍ଚିମ ମଣ୍ଡଳ ନୂତନ କର୍ମକର୍ତା ଚୟନ କରାଯାଇଥିଲା l ସୋରଡ଼ା ତାଲୁକାର ଅର୍ଶୁଲ ସେଠୀ ଙ୍କୁ ସଭାପତି, ଧରାକୋଟ ତାଲୁକାର ଭଗବାନ ସେଠୀ ଓ ଶେରଗଡ଼ ତାଲୁକାର ଡମ୍ବୁରୁ ସେଠୀ ଙ୍କୁ ଉପସଭାପତି,ବଡ଼ଗଡ଼ ତଳ ତାଲୁକାର ଚକ୍ରପାଣି ସେଠୀ ଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଥିବା ବେଳେ ସହ ସମ୍ପାଦକ ଭାବେ ସାନଖେମୁଣ୍ଡି ତାଲୁକାର ମାଧବ ସେଠୀ ଙ୍କୁ ଚୟନ କରାଯାଇଛି l ବଡଖେମୁଣ୍ଡି ତାଲୁକାର ଉମାକାନ୍ତ ସେଠୀ ଙ୍କୁ କୋଷଦକ୍ଷ ଭାବେ ଓ ବଡ଼ଗଡ଼ ଉପର ତାଲୁକାର ଶ୍ୟାମସୁନ୍ଦର ସେଠୀ ଙ୍କୁ ସର୍ବଶମତ କ୍ରମେ ଉପଦେଷ୍ଟା ଭାବେ ଚୟନ କରାଯଇଥିବା ରଜକ କୁଳ ପକ୍ଷରୁ ସୂଚନା ଦିଆଯାଇଛି l




