Sunday, November 15, 2026
Home ଆଞ୍ଚଳିକ ବରଫର ଉପକାରୀ ଗୁଣ

ବରଫର ଉପକାରୀ ଗୁଣ

8

୧୩/୦୯/୨୧ (ଜିଲ୍ଲା ଖବର) : ବିଭିନ୍ନ ଉପାୟରେ ବରଫକୁ ବ୍ୟବହାର କରାଯାଏ । କିଏ ସରବତରେ ପକାଇ ପିଉଥିବା ବେଳେ, କିଏ ତ୍ବଚା ପାଇଁ ,ତ ଆଉ କିଏ କେଉଁଥିପାଇଁ ବରଫକୁ ବ୍ୟବହାର କରନ୍ତି । ପ୍ରକୃତରେ ବରଫ ଅନେକ କାମରେ ଆସିଥାଏ । ତେବେ କେଉଁ କେଉଁ କାମରେ ବରଫ ଭଲ କାମ କରିଥାଏ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

-ବାନ୍ତି ସମସ୍ୟାର ସମାଧାନ ପାଇଁ ବରଫ ବହୁତ୍ ଉପକାରୀ ।  ବାନ୍ତି  କମ୍ ନହେଉଥିଲେ, ସେ ସମୟରେ ଗୋଟିଏ ଖଣ୍ଡ ବରଫକୁ ପାଟିରେ ରଖି , ଧିରେ ଧିରେ ଖାଇବେ । ଏହା ବାନ୍ତି କମ୍ କରିବାରେ ଏହା ସାହାଯ୍ୟ କରେ ।

-ଖାଦ୍ୟ ହଜମ ନହେଉଥିଲେ ଏଥିପାଇଁ ବରଫ ବ୍ୟବହାର କରି ପାରିବେ । ଏପରି ସମସ୍ୟାର ସମ୍ମୁଖୀନ କରୁଥିଲେ, ଏଥିପାଇଁ ଖାଇ ସାରିବା ପରେ  ଖଣ୍ଡେ ବରଫ ଖାଇବା ଦ୍ବାରା, ଖାଦ୍ୟ ଶୀଘ୍ର ହଜମ ହୁଏ ।

– ମୁଣ୍ଡ ବିନ୍ଧୁଥିଲେ ମୁଣ୍ଡରେ ବରଫ ରଖନ୍ତୁ। ଏହା ରଖିବା ଦ୍ବାରା, ମୁଣ୍ଡ ବିନ୍ଧା କମ୍‌ ହୋଇଥାଏ ।

– କୌଣସି ସ୍ଥାନରେ ଖଣ୍ଡିଆ ହୋଇ ରକ୍ତ ବୋହୁଥିଲେ, ସେହି ସ୍ଥାନରେ ବରଫ ଲଗାନ୍ତୁ। ଏପରି କଲେ ରକ୍ତ ବହିବା କମ୍ ହୋଇଥାଏ ।