ଖଣ୍ଡଦେଉଳୀ ପଚାଂୟତରେ ଆଇନ ସ୍ୱାକ୍ଷରତା ଓ ସଚେତନତା ଶିବିର

40

ଆସିକା,୧୯/୮(ଜିଲ୍ଲା ଖବର) : ଆସିକା ବ୍ଲକ ଖଣ୍ଡଦେଉଳି ପଚାଂୟତ ଠାରେ ତାଲୁକ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ସୁଶ୍ରୀ ରାଜଲକ୍ଷ୍ମି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଇନ ସ୍ୱାକ୍ଷରତା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ପ୍ରଥମ ଶ୍ରେଣି ବିଚାର ବିଭାଗୀୟ ମାଜିଷ୍ଟେ୍ରଟ ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ, ଦ୍ୱୀତିୟ ଶ୍ରେଣି ବିଚାର ବିଭାଗୀୟ ମାଜଷ୍ଟେ୍ରଟ ସୁଶ୍ରୀ ସ୍ୱର୍ଣ୍ଣପ୍ରଭା ସ୍ୱାଇଁ, ଆସିକା ବିଡିଓ ଗାୟତ୍ରୀ ଦତ ନାୟକ, ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଆସିକା ଓକିଲ ସଂଘ ସଭାପତି ସରୋଜ କୁମାର ତ୍ରିପାଠି, ସମ୍ପାଦକ ଛବିଳରାମ ମିଶ୍ର, ଯୁଗ୍ମ ସମ୍ପାଦକ ଦ୍ୱାରିକା ନାଥ ପରିଡା, ବରିÂ ଆଇନଜୀବୀ ଦିଲ୍ଲିପ କୁମାର ପାଣିଗ୍ରାହି, ଯୁବ ଆଇନଜୀବୀ ଅଜିତ କୁମାର ଚୈାଧୁରୀ, ସରପଚଂ ବନିତା, ପ୍ରମୁଖ ମଚାଂସୀନ ଥିଲେ । ଏହି ଶିବିରରେ ଆଇନଜୀବୀ ଅଜିତ କୁମାର ଚୈାଧୁରୀ ପ୍ରାରମ୍ଭିକ ସୂଚନା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମନ୍ତ୍ର ଧ୍ୱନୀ ବେଦ ପାଠ ମଧ୍ୟରେ ଏଡିଜେ ସୁଶ୍ରୀ ରାଜଲକ୍ଷ୍ମୀ ପଟ୍ଟନାୟକ ପ୍ରଦିପ ପ୍ରଜ୍ଜଳନ କରି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଗ୍ରାମାଚଂଳର ଲୋକଙ୍କ ପାଇଁ ଆଇନ ସ୍ୱାକ୍ଷରତା ସାଙ୍ଗକୁ ବିଭିନ୍ନ ଆଇନ ସହାୟତା ସେବା ଦିଗ ଗୁଡିକୁ ପ୍ରାଚଂଳ ଭାବେ ସମ୍ପାଦକ ଛବିଳରାମ ମିଶ୍ର ମତ ପ୍ରଦାନ କରିଥିଲେ । ସେହିଭଳି ଘରୋଇ ହିଂସା ଉପରେ ଯୁବ ଆଇନଜୀବୀ ନାରାୟଣ ମୁନୀ ବିଭିନ୍ନ ଦିଗ ଉପରେ ଆଲୋଚନା କରି ଲୋକଙ୍କୁ ବୁଝାଇଥିଲେ । ଦ୍ୱିତୀୟ ଶ୍ରେଣି ମାଜିଷ୍ଟେ୍ରଟ ସୁଶ୍ରୀ ସ୍ୱର୍ଣ୍ଣପ୍ରଭା ସ୍ୱାଇଁ ମହିଳାଙ୍କ ସୁରକ୍ଷା ପାଇଁ ହୋଇଥିବା ସ୍ୱତନ୍ତ୍ର ଆଇନ ଉପରେ କହିଥିଲେ । ଅଧ୍ୟକ୍ଷା ସୁଶ୍ରୀ ରାଜଲକ୍ଷ୍ମୀ ପଟ୍ଟନାୟକ ଘରୋଇ ହିଂସା ୨୦୦୬ ମସିହାରେ ହୋଇଥିବା ଆଇନ ଧାରା ୧୮,ଦଫା ୪୯୮(ଏ), ହିନ୍ଦୁ ବିବାହ ଆଇନ, ସ୍ୱାମୀ ପରିତ୍ୟକ୍ତାଙ୍କୁ ଭରଣ ପୋଷଣ, ବୃଦ୍ଧ ପିତା, ମାତାଙ୍କୁ ଭରଣ ପୋଷଣ ଉପରେ ଆଲୋଚନା ସହ ମହିଳାଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୁଦ୍ଧରେ ଆଇନର ଆଶ୍ରହ ନେବା ସହ ଯେ କୈାଣସି ଅସହାୟ ମହିଳା ଆସିକା ତାଲୁକ ଲିଗାଲ ସର୍ଭିସେସ କମିଟି ଦ୍ୱାରା ମାଗଣା ଆଇନ ସେବା ପାଇବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଅସହାୟ ବୃଦ୍ଧ ମହିଳାଙ୍କ ସମସ୍ୟା ଉପରେ ସଚେତନା ଶିବିରରେ ବରିÂ ଆଇନଜୀବୀ ଦିଲ୍ଲିପ କୁମାର ପାଣିଗ୍ରାହି ଏଡିଜେଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ପୋଲିସ ପକ୍ଷରୁ ମହିଳା ମାନଙ୍କୁ ସମସ୍ତ ସୁରକ୍ଷା କ୍ଷେତ୍ରରେ ପ୍ରଦାନ ପାଇଁ ପ୍ରତିଶୃତି ଦେଇଥିଲେ । ଆସିକା ତପସ୍ୟା ଧାମ ସଂଚାଳିକା ଲିଲି ଭଉଣି ଏହି ଶିବିରରେ ମହିଳାଙ୍କ ସୁରକ୍ଷା ଉଦେ୍ଧଶ୍ୟରେ ବିଭିନ୍ନ ଉଦାହରଣ ଦେଇ ପରମାତ୍ମାଙ୍କ ଶକ୍ତି ସମ୍ପର୍କରେ ସନେ୍ଦଶ ଦେଇଥିଲେ । ଏହି ସମାଜରେ ସତକର୍ମ ଅନୁସରଣ କରିବା ସାଙ୍ଗକୁ ଭଗବାନଙ୍କ ଧ୍ୟାନ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଦେଶରେ ମହିଳା ସଶକ୍ତୀକରଣରେ ସମାଜକୁ ପରିବର୍ତନ କରାଯାଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଶିବଶଙ୍କର ମହାନ୍ତି, ବି.ମୋହନ ରାଓ ଦୋରା ,ସରପଚଂ ପ୍ରତିନିଧି ନିଳାମ୍ବର ସ୍ୱାଇଁ, ସମିତିସଭ୍ୟ ଶିବରାମ ଗୈାଡ, ପଚାଂୟତ କାର୍ଯ୍ୟନିର୍ବାହି ଅଧିକାରୀ ଅରୁଣ କୁମାର ମଲ୍ଲୀ, ଯୋଗାଣ ସହାୟକ ଶ୍ରୀକାନ୍ତ କୁମାର ସ୍ୱାଇଁ, ଉମାଚରଣ ବରାଡ, ଜଗବନ୍ଧୁ ପ୍ରଧାନ, ବାଳକୃଷ୍ଣ ଗୈାଡ, ସମେତ ବହୁ ଅଙ୍ଗନୱାଡି, ଆଶା ଏବଂ ଗ୍ରାମବାସୀ ଶିବିରରେ ଯୋଗ ଦେଇଥିଲେ ।