
୧୩/୦୯/୨୧ (ଜିଲ୍ଲା ଖବର) : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ରେ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡ଼ିଛି l ଗତ କାଲି ସନ୍ଧ୍ୟା ସମୟରୁ ଲଗାଣ ବର୍ଷା ଲାଗିରହିଛି l
ପିଲାସଲୁଙ୍କି ନଦୀରେ ବନ୍ୟା ଜଳ ପ୍ରବାହିତ ହେବାକୁ ଲାଗିଛି l ନଦୀଖଣ୍ଡି ସାହି ନିକଟରେ ଥିବା ପୋଲ ଉପରେ ଦୁଇଫୁଟ ପାଣି ପ୍ରବାହିତ ହେଉଛି ଯାହାପରେ ଦୁଇ ନମ୍ବର୍ ୱ୍ଆର୍ଡ ଡାକାପଲା ବାହ୍ୟଜଗତରୁ ବିଛିନ୍ନ ହୋଇଛି l
ସେହିବଳି ଦଶ ନମ୍ବର ୱ୍ଆର୍ଡ କୁମ୍ଭାରପଡ଼l ମଧ୍ୟ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି l ସହର ର ବହୁ ଘର ଭିତରେ ପାଣି ପଶିବାର ଦେଖିବାକୁ ମିଳିଛି l





