Thursday, November 12, 2026
Home ଆଞ୍ଚଳିକ ଓଭରସାଇଜ୍ ଡ୍ରେସରେ ସୁହାନାଙ୍କ ଫଟୋସୁଟ

ଓଭରସାଇଜ୍ ଡ୍ରେସରେ ସୁହାନାଙ୍କ ଫଟୋସୁଟ

5

ନୂଆଦିଲ୍ଲୀ, ୧୩/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଶାହରୁଖ୍ ଖାନଙ୍କ ଝିଅ ସୁହାନା ଖାନ୍ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି । ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରି ନାହାଁନ୍ତି ସତ, ହେଲେ ତାଙ୍କର ପପୁଲାରିଟି କେଉଁ ସେଲିବ୍ରେଟିଙ୍କ ଠାରୁ କିଛି କମ୍ ନୁହେଁ  । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ସୁହାନା । ଫ୍ୟାନ୍ ଫଲୋଇଙ୍ଗ ମଧ୍ୟ ତାଙ୍କର କିଛି କମ୍ ନୁହଁନ୍ତି । ସବୁବେଳେ ସେ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରୁହନ୍ତି । ତାଙ୍କର ଟିକିଏ ଝଲକ୍ ଦେଖିବା ପାଇଁ ,ଫ୍ୟାନ୍ସ ମଧ୍ୟ ଚାହିଁ ରହି ଥାଆନ୍ତି । ଫଟୋ ହେଉ ବା ଭିଡିଓ ଆସିବା ମାତ୍ରେ, ସୋସିଆଲ ମିଡିଆରେ ଛାଇ ଯାଏ ।

ଏବେ ନ୍ୟୁୟର୍କରେ ଅଛନ୍ତି ସୁହାନା ଖାନ୍ । ନିକଟରେ ସେଠାରେ ସେ Sundayରେ ଭରପୁର ମଜା ଉଠାଇବା ସହିତ , ତାଙ୍କର କିଛି ଲାଟେଷ୍ଟ ସେୟାର କରିଛନ୍ତି । ସେ ଆଉଟଡୋର ଫଟୋସୁଟ ପାଇଁ ଭିନ୍ନ ଭିନ୍ନ ପୋଜ ଦେଇଥିବା , ତାଙ୍କ ଦେଖିଲେ ଜଣାପଡୁଛି ।

ଫଟୋରେ କାଜୁଆଲ ଲୁକରେ ନଜର ଆସୁଛନ୍ତି ସୁହାନା । ସେ ଏକ ଓଭରସାଇଜ୍ ସାର୍ଟ ପିନ୍ଧିଥିବା ନଜର ଆସୁଛି । ଏହା ସହିତ ସେ ଏକ ବ୍ଲାକ୍ ଟି-ସର୍ଟ ଇନ୍ କରି ପିନ୍ଧିବା ସହିତ, ସଟ୍ସ ପ୍ୟାଣ୍ଟ ମଧ୍ୟ ପିନ୍ଧିଛନ୍ତି । ଏହି ଫଟେ ସେୟାର କରି ସେ କ୍ୟାପ୍ସନରେ ଲେଖିଛନ୍ତି ଯେ, Sunday  । ତାଙ୍କର ଏହି ଫଟୋକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରିବା ସହିତ, ନିଜ ନିଜର ରିଆକ୍ସନ ମଧ୍ୟ ଦେଉଛନ୍ତି ।

ପ୍ରକାଶ ଥାଉକି, ସୁହାନା ଖାନ୍ ଏବେ ନ୍ୟୁୟର୍କରେ ଅଛନ୍ତି । ସେଠାରେ ସେ New York University’s Tisch School of the Arts ରେ ଷ୍ଟୁଡେଣ୍ଟ ଅଛନ୍ତି ।  ସେ ତାଙ୍କର ପାଠପଢା ଶେଷ କରିବା ପରେ, ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବେ ବୋଲି ଶୁଣିବାକୁ ମିଳୁଛି ।