Home ଆଞ୍ଚଳିକ ବର୍ଷାରେ ଉବୁଟୁବୁ ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ବର୍ଷାରେ ଉବୁଟୁବୁ ବାବା ଆଖଣ୍ଡଳମଣିଙ୍କ ମନ୍ଦିର

8

ଭଦ୍ରକ,୧୩/୦୯/୨୧ (ଜିଲ୍ଲା ଖବର) : ରାଜ୍ୟରେ ଜାରି ରହିଛି  ବର୍ଷା। ତୁହାକୁ ତୁହା ବର୍ଷା ସାଙ୍ଗକୁ କୋହଲା ପବନ ମାରୁଛି । ଲୋକେ ବାହାରକୁ ବାହାରି ପାରୁନାହାନ୍ତି ।  ଲଗାଣ ବର୍ଷାରେ ଉବୁଟୁବୁ ଭଦ୍ରକ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ଗର୍ଭଗୃହରେ ଆଣ୍ଠୁଏ ଉଚ୍ଚରେ ଲହଡ଼ି ଭାଙ୍ଗୁଛି ପାଣି ।

ଫଳରେ ସକାଳ ନୀତିକାନ୍ତି ଓ ମଙ୍ଗଳ ଆଳତିରେ ବିଳମ୍ବ ହୋଇଛି । ଏବେ ମଟର ପମ୍ପ ଦ୍ୱାରା ମନ୍ଦିରରୁ ଜଳ ନିଷ୍କାସନ କରାଯାଉଥିବା ମନ୍ଦିର ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି । ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେଉଛି।