Tuesday, November 17, 2026
Home ଆଞ୍ଚଳିକ ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

11

ନୂଆଦିଲ୍ଲୀ,୧୩/୦୯/୨୧ (ଜିଲ୍ଲା ଖବର) : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ଓ ଏବେ ଗଭୀର ଅବପାତରେ ପରିଣତ ହେଇସାରିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ଅବପାତରେ ପରିଣତ ହେବା ପରେ ଏହା ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିଲା। ଏବେ ଏହା ଗଭୀର ଅବପାତର ରୂପ ନେଇ ଚାନ୍ଦବାଲି ଦେଇ ଅତିକ୍ରମ କରିସାରିଛି। ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ହେଉଛି। ଓଡ଼ିଶାର ଆକାଶ ସମ୍ପୁର୍ଣ୍ଣ ମେଘୁଆ ରହିଛି।

ମସ୍ୟାଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାପାଇଁ ମନା କରାଯାଇଛି। ବର୍ତ୍ତମାନ ମଧ୍ୟ ଉପକୂଳ ଓଡିଶାରେ 50 ରୁ 60 ପବନ ହେଉଛି। ଆସନ୍ତାକାଲି ପାଗରେ ପରିବର୍ତ୍ତନ ହେବ। ଅଗଷ୍ଟ ର ନିଆଣ୍ଟିଆ ବର୍ଷା କୁ କିଛି ମାତ୍ର ରେ ପୂରଣ କରୁଛି ସପ୍ଟେମ୍ବର ର ବର୍ଷା। 17 ରୁ 18 ତାରିଖରେ ପୁଣି ଓଡ଼ିଶାରେ ହୋଇପାରେ ଆଉ ଏକ ଲଘୁଚାପ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା, ଉତ୍ତର ଛତିଶଗଡ଼ ଏବଂ ମଧ୍ୟ ପ୍ରଦେଶ ଆଡ଼କୁ ଯିବା ସମ୍ଭାବନା ରହିଛି। ସେହିପରି ଓଡ଼ିଶାର ୫ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।  ଆଜି ପାଇଁ ୫ ଜିଲ୍ଲାକୁ ଜାରି ହୋଇଛି ରେଡ୍ ଓ୍ୱାର୍ଣ୍ଣିଂ। ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୭ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଓ୍ୱାର୍ଣ୍ଣିଂ। ବଲାଙ୍ଗିର, ବୌଦ୍ଧ, ଢେଙ୍କାନାଳ, କଟକ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାକୁ ଅରେଂଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏହା Imd DG ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା  ଦେଇଛନ୍ତି ।