
ଭୁବନେଶ୍ୱର,୧୩/୦୯/୨୧ (ଜିଲ୍ଲା ଖବର) : ବର୍ଷାରେ ବେହାଲ ରାଜଧାନୀରେ ବ୍ୟବସ୍ଥାକୁ ନେଇ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଜି ସକାଳୁ ରେଲୱେ ଷ୍ଟେସନ ଅଞ୍ଚଳ ପରିଦର୍ଶନ କରିଥିଲେ ଅପରାଜିତା । ଏହି ଅବସରରେ ଲୋକଙ୍କ ଅବସ୍ଥା ଦେଖି ଟ୍ୱିଟ କରି ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ରାଜ୍ୟ ସରକାର 21 ବର୍ଷ ଧରି କୁମ୍ଭକର୍ଣ୍ଣ ନିଦରେ ଶୋଇଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ । ଡ୍ରେନେଜ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅପରାଜିତା ଷଡ଼ଙ୍ଗୀ ।
ରେଲୱେ ଷ୍ଟେସନର ଅବସ୍ଥା ମଧ୍ୟ କହିଲେ ନସରେ । ଚାରିଆଡେ ପାଣି ହିଁ ପାଣି । ରେଳ ଦାରଣାଠୁ ଆରମ୍ଭ କରି ପ୍ଲାଟଫର୍ମରେ ପାଣି ଲହଡି ମାରୁଛି । ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଅନ୍ୟପଟେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏପରି ଅବସ୍ଥା ହୋଇଛି । 21 ବର୍ଷ ଶାସନରେ ରାଜ୍ୟ ସରକାର କଣ କରିଛନ୍ତି ଏନେଇ ବର୍ଷିଛନ୍ତି ଅପରାଜିତା ଷଡଙ୍ଗୀ ।


