
ପୁରୀ,୧୩/୦୯/୨୧ (ଜିଲ୍ଲା ଖବର) : ଲଗାଣ ବର୍ଷା ଯୋଗୁଁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଲହଡି ମାରୁଛି ପାଣି । ଆସିଥିବା ପର୍ଯ୍ୟଟକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଯୋଗୁଁ ମନ୍ଦିର ବୁଲିବାରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାପ୍ରଶାସନର ଏପର୍ଯ୍ୟନ୍ତ କୌଣସି ଦେଖାନାହିଁ । । ଖରା ,ବର୍ଷାରେ କିପରି ସୂର୍ଯ୍ୟ ମନ୍ଦିର ବୁଲିଯିବେ ସେନେଇ କୈଣସି ସୁବିଧା କରାଯାଇ ନାହିଁ ।
ଏପଟେ କୋଣାର୍କ NAC ର 6 ନମ୍ବର ବାଲିସାହିରେ ବର୍ଷାପାଣି ଘର ଚାରିପଟେ ଲାଗି ମାଟି କାନ୍ଥ ଭାଙ୍ଗିବାକୁ ବସିଲାଣି । ସବୁ ଜାଣି ସୁଧା ASI ଓ ଜିଲ୍ଲାପ୍ରଶାସନ ନିରବକୁ ନେଇ ଉଠିଛି ପ୍ରଶ୍ନ । ତୁରନ୍ତ ପୁରୀ ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ କରିବାକୁ ଦାବି ହେଉଛି ।
ସେହିପରି କାକଟପୁର ମା ମଙ୍ଗଳାମନ୍ଦିରରେ ଲହଡି ମାରୁଛି ପାଣି । ଗର୍ଭଗୃହରେ ଫାଟ ଯୋଗୁଁ ମନ୍ଦିର ଭିତରେ ପାଣି ଲହଡି ମାରୁଛି l



