Thursday, October 15, 2026
Home ଅପରାଧ CRPF ବଙ୍କର ବାହାରେ ସନ୍ଦିଗ୍ଧ ବ୍ୟାଗ ଠାବ, ୬ ଟି ଗ୍ରେନେଡ ଉଦ୍ଧାର

CRPF ବଙ୍କର ବାହାରେ ସନ୍ଦିଗ୍ଧ ବ୍ୟାଗ ଠାବ, ୬ ଟି ଗ୍ରେନେଡ ଉଦ୍ଧାର

13

ନୂଆଦିଲ୍ଲୀ, ୧୩/୦୯/୨୧ (ଜିଲ୍ଲା ଖବର) : ଶ୍ରୀନଗରର ବେମିନା ଅଞ୍ଚଳରେ  ସିଆରପିଏଫ ବଙ୍କର ବାହାରେ  ଏକ ସନ୍ଦିଗ୍ଧ ବ୍ୟାଗ ଠାବ କରାଯାଇଛି। । ଯାଞ୍ଚ ବେଳେ ବ୍ୟାଗରୁ ୬ଟି ଗ୍ରେନେଡ ଉଦ୍ଧାର କରାଯାଇଛି। ଏହି ଘଟଣା ପରେ ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରାଯାଇ ସର୍ଚ୍ଚ ଅପରେସନ୍ ଜାରି  ରହିଛି।

ଅନ୍ୟପକ୍ଷରେ କାଶ୍ମୀରରେ ହାଇବ୍ରିଡ ଆତଙ୍କବାଦୀଙ୍କ ଉପସ୍ଥିତି  ନେଇ ସୁରକ୍ଷା ବାହିନୀଙ୍କର ମଣ୍ଡବିନ୍ଧାର କାରଣ ପାଲଟିଛି।  ଯାହାା ସୁରକ୍ଷା ବାହିନୀ ପାଇଁ ଏହା ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।  ନିକଟରେ କାଶ୍ମୀରରେ ରାଜନେତା ଓ ପୋଲିସକର୍ମିଙ୍କ ହତ୍ୟାରେ ହାଇବ୍ରିଡ ଆତଙ୍କବାଦୀମାନେ ସମ୍ପୃକ୍ତ ଥିଲେ।