Sunday, November 15, 2026
Home ଆଞ୍ଚଳିକ ବିୟର ଗ୍ରୀଲ୍ସଙ୍କ ଆଡଭେଞ୍ଜର ଟ୍ରିପ୍‌ରେ ନଜର ଆସିବେ ଅଜୟ

ବିୟର ଗ୍ରୀଲ୍ସଙ୍କ ଆଡଭେଞ୍ଜର ଟ୍ରିପ୍‌ରେ ନଜର ଆସିବେ ଅଜୟ

12

ନୂଆଦିଲ୍ଲୀ,୧୩/୦୯/୨୧ (ଜିଲ୍ଲା ଖବର) : ‘ଇନଟୁ ଦ ଓ୍ବାଇଲ୍ଡ ଓ୍ବଥ୍ ବିୟର ଗ୍ରୀଲ୍ସ’ ଶୋ’ରେ  ଭାଗ ନେବାକୁ ଯାଉଛନ୍ତି ବଲିଉଡ ଷ୍ଟାର ଅଜୟ ଦେବଗନ୍ ।  ଏହି ଯାତ୍ରାରେ ନିଜର ସାହସ ଦେଖାଇବେ ଅଜୟ । ବିୟର ଗ୍ରୀଲ୍ସଙ୍କ ଅପ୍‌କମିଂ ଏପିସୋଡରେ ସେ ନଜର ଆସିବେ। ଯେଉଁଥିପାଇଁ ଡିସ୍କଭରୀ ଚ୍ୟାନେଲ ଅଜୟଙ୍କୁ ଚୟନ କରିଛି।

ଏନେଇ ଖୋଦ୍‌ ବିୟର ଗ୍ରୀଲ୍ସ ହିଣ୍ଟ ଦେଇଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମର ଷ୍ଟୋରୀରେ ସେ ଅଜୟଙ୍କ ନାଁ ଖୁଲାସା ନକରି  ଦୁଇ ଜଣ ବଲିଉଡ ଯୋଦ୍ଧା ତାଙ୍କ ସହ ଇନ୍‌ଟୁ ଦ ୱାଇଲ୍ଡରେ ସାମିଲ ହେବ ବୋଲି ସେ କହିଛନ୍ତି। ଅଜୟ ଦେବଗନଙ୍କ ଏହି ସ୍ପେଶାଲ ଏପିସୋଡ ଟି ମାଳଦୀପରେ ସୁଟିଂ ହେବ। ଶୋ’ର ପ୍ରିମିୟର ସର୍ବପ୍ରଥମେ ଡିସ୍କଭରୀ ପ୍ଲସ ଆପ୍‌ରେ ହେବ ।

ନିକଟରେ ଅଜୟଙ୍କୁ ତାଙ୍କ ଫିଲ୍ମ ‘ଭୁଜ୍‌: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଜଣେ ଇଣ୍ଡିଆନ୍‌ ଏୟାର ଫୋର୍ସର ସେନା ଚରିତ୍ରରେ ନଜର ଆସିଥିଲେ। ଆଗକୁ ସେ ଆଉ କିଛି ଫିଲ୍ମରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି ।