Home ଆଞ୍ଚଳିକ ‘KBC-13’ର ହଟ୍‌ ସିଟ୍‌ରେ ବସିବେ ନୀରଜ୍‌ ଚୋପ୍ରା ଏବଂ ପି.ଆର ଶ୍ରୀଜେଶ୍

‘KBC-13’ର ହଟ୍‌ ସିଟ୍‌ରେ ବସିବେ ନୀରଜ୍‌ ଚୋପ୍ରା ଏବଂ ପି.ଆର ଶ୍ରୀଜେଶ୍

25

ମୁମ୍ବାଇ, ୧୩/୦୯/୨୧ (ଜିଲ୍ଲା ଖବର) : ଅଲିମ୍ପିକ୍‌ରେ ଗୋଲ୍ଡ ଜିତିବା ପରେ ଏବେ ଦମ୍‌ଦାର ପ୍ରଶ୍ନର ଉତ୍ତର ଦେବେ ନୀରଜ ଚୋପ୍ରା । ବଲିଉଡର ସୁପରଷ୍ଟାର ବିଗ୍‌ ବି ଙ୍କ ପ୍ରଶ୍ନର ସାମ୍ନା କରିବେ ନୀରଜ । ଆଗ୍ୟା ହଁ, ଏଥର ହଟ୍‌ସିଟ୍‌ରେ ବସିବେ ଗୋଲ୍ଡେନ ବୟ ନୀରଜ ଚୋପ୍ରା । କୌନ ବନେଗା କରୋଡପତି ସିଜିନ୍‌ ୧୩ର ସେଟ୍‌ରେ ନଜର ଆସିବେ ଅମିତାଭ ବଚ୍ଚନ ଏବଂ ନୀରଜ ଚୋପ୍ରା। ଶୁକ୍ରବାର ଏପିସୋଡ୍‌ରେ ତାଙ୍କୁ ଦେଖିବାକୁ ମିଳିବ। ସୋନି ଟିଭି ପକ୍ଷରୁ ଏହାକୁ ନେଇ ସ୍ପଷ୍ଟ କରାଯାଇଛି ।

ସୋନି ଟିଭି ତା’ ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ‘କୌନ ବନେଗା କରୋଡପତି-୧୩’ର ଏକ ପ୍ରମୋ ଭିଡିଓ ସେୟାର କରିଛି। ଏହି ଭିଡିଓରେ ଅଲିମ୍ପିକର ଗୋଲ୍ଡ ବିଜେତା ନୀରଜ ଚୋପ୍ରା ଏବଂ ହକି ଖେଳାଳି ଶ୍ରୀଜେସ ନଜର ଆସିଛନ୍ତି । ଏଥିରେ ନୀରଜ ଚୋପ୍ରା ଏବଂ ଶ୍ରୀଜେଶ ପଦକ ପିନ୍ଧି କେବିସି ସେଟ୍‌ରେ ପ୍ରବେଶ କରିଛନ୍ତି । ତାଙ୍କୁ ଦେଖିବା ପରେ ଅମିତାଭ୍ ବଚ୍ଚନ୍ ‘ହିନ୍ଦୁସ୍ତାନ ଜିନ୍ଦାବାଦ’ କହୁଥିବା ଦେଖିବାକୁ ମିଳୁଛି ।