
ବାଲେଶ୍ୱର,୧୩/୦୯/୨୧ (ଜିଲ୍ଲା ଖବର) : ଲଗାଣ ବର୍ଷା ଫଳରେ ଫୁଲୁଛି ଜଳକା ନଦୀ । ନଦୀ ଏବେ ବିପଦ ସଙ୍କେତ ଛୁଇଁଛି । ବିପଦ ସଙ୍କେତ ୫.୫ ଥିବା ବେଳେ ନଦୀର ଜଳ ସ୍ତର ମଧ୍ୟ ୫.୫ ରହିଛି । ତେବେ ଉପରମୁଣ୍ଡରେ ବର୍ଷା ହେଉ ନଥିବାରୁ ରାଜ୍ୟରେ ବନ୍ୟା ସମ୍ଭାବନା ନାହିଁ । ବର୍ତ୍ତମାନ ଅନ୍ୟ ସବୁ ନଦୀର ଜଳସ୍ତର ବିପଦ ସଙ୍କେତଠାରୁ ତଳେ ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି।



