Friday, November 13, 2026
Home ଆଞ୍ଚଳିକ ଆଜି ମମତାଙ୍କ ବିରୋଧରେ ନାମାଙ୍କନପତ୍ର ଦାଖଲ କରିବେ ପ୍ରିୟଙ୍କା

ଆଜି ମମତାଙ୍କ ବିରୋଧରେ ନାମାଙ୍କନପତ୍ର ଦାଖଲ କରିବେ ପ୍ରିୟଙ୍କା

24

ନୂଆଦିଲ୍ଲୀ,୧୩/୦୯/୨୧ (ଜିଲ୍ଲା ଖବର) : ପଶ୍ଚିମବଙ୍ଗର ଭବାନୀପୁର ଆସନରେ ନିର୍ବାଚନ ପ୍ରଚାର ଜୋରଦାର ହେବାରେ ଲାଗିଛି। ଏହି ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାମାଙ୍କନପତ୍ର ଦାଖଲ ହୋଇସାରିଛନ୍ତି। ତାଙ୍କ ସହ ଟକ୍କର ଦେବାକୁ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତେବରେୱାଲ ଆଜି ନାମାଙ୍କନପତ୍ର ଦାଖଲ କରିବେ। ରବିବାର ଠାରୁ ସେ ନିର୍ବାଚନ ପ୍ରଚାର ମଧ୍ୟ ଆରମ୍ଭ କରିଦେଇଛନ୍ତି।

 ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ପ୍ରିୟଙ୍କା ତେବରେୱାଲ କହିଛନ୍ତି ଯେ ପଶ୍ଚିମବଙ୍ଗର ଲୋକମାନେ ମଧ୍ୟ ବଞ୍ଚିବାର ଅଧିକାର ପାଇଛନ୍ତି। ମମତା ବାନାର୍ଜୀଙ୍କ ପାର୍ଟି ତାଙ୍କଠାରୁ ଏହି ଅଧିକାର ଛଡ଼ାଇ ନେଇଛି। ମୁଁ କେବଳ ବଙ୍ଗଳାର ଏହି ଲୋକଙ୍କ ପାଇଁ ଲଢୁଛି।