Thursday, November 12, 2026
Home ଆଞ୍ଚଳିକ ଏମିତି ଥିଲା ସୁଶାନ୍ତଙ୍କ ସହ ଅଙ୍କିତାଙ୍କ ପ୍ରଥମ ଦେଖା

ଏମିତି ଥିଲା ସୁଶାନ୍ତଙ୍କ ସହ ଅଙ୍କିତାଙ୍କ ପ୍ରଥମ ଦେଖା

15

ନୂଆଦିଲ୍ଲୀ,୧୩/୦୯/୨୧ (ଜିଲ୍ଲା ଖବର) : ପୁଣି ଆରମ୍ଭ ହୋଇ ଯାଇଛି ଲୋକପ୍ରିୟ ଟେଲି ଧାରାବାହିକ ‘ପବିତ୍ର ରିସ୍ତା’ ସିଜିନ୍ ୨ । ହେଲେ ସିଜିନ ୨ରେ ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେଙ୍କ ସହ  ସୁଶାନ୍ତ ସିଂ ରାଜପୁତଙ୍କ ସ୍ଥାନରେ  ନଜର ଆସୁଛନ୍ତି  ଅଭିନେତା ଶାହିର ଶେଖର । ତେବେ ନିକଟରେ ଏକ ସାକ୍ଷାତକାରରେ ଅଙ୍କିତା ,ସ୍ବର୍ଗତଃ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ କେମିତି ଥିଲା ତାଙ୍କର ପ୍ରଥମ ଦେଖା ସେକଥା କହିଛନ୍ତି ।

ସୁଶାନ୍ତଙ୍କ ସହ ତାଙ୍କର ପ୍ରଥମ ଦେଖା ବିଲକୁଲ ଭଲ ନଥିଲା ।  ଅଙ୍କିତା ସେଟରେ ଡେରିରେ ପହଞ୍ଚିବାରୁ ସୁଶାନ୍ତ ବହୁତ୍ ରାଗି ଯାଇଥିଲେ । ଅଙ୍କିତା କହିଛନ୍ତି ଯେ, ତାଙ୍କୁ ପ୍ରମୋ ସୁଟ୍ ପାଇଁ ଯିବାର ଥିଲା । ଆଉ ସୁଶାନ୍ତ ତାଙ୍କୁ ଆଣିବାକୁ ଯାଇଥିଲେ । ଅଙ୍କିତା ରେଡି ହେଉଥିଲେ ଏବଂ ସୁଶାନ୍ତଙ୍କୁ ଦୁଇ ଘଂଟା ଅପେକ୍ଷା କରିବାକୁ ପଡିଥିଲା । ଏହାକୁ ନେଇ ବହୁତ୍ ରାଗି ଯାଇଥିଲେ ସୁଶାନ୍ତ ।

କେବଳ ଏତିକି ନୁହେଁ,  ଆଗକୁ ସେ ଏକଥା ମଧ୍ୟ କହିଛନ୍ତି ଯେ, ସୁଶାନ୍ତ  ଦୁଇ ଘଂଟା ଅପେକ୍ଷା କରିବା ପରେ, ଅଙ୍କିତା ତଳକୁ ନିଜ ମା’ଙ୍କ ସହ ଆସିଥିଲେ ଏବଂ ଗାଡିର ପଛ ସିଟରେ ବସି  ଶୋଇ ପଡିଥିଲେ । ଯାହା ଫଳରେ ସୁଶାନ୍ତଙ୍କୁ ମୋର ଏପରି ଆଟିଚ୍ୟୁଡ ବହୁତ୍ ଖରାପ୍ ଲାଗିଥିଲା । ତାପରେ ସେ ଖୁବ୍ ଯୋରରେ ରାଗି ଯାଇ, ଡ୍ରାଇଭରଙ୍କ ଠାରୁ କାର ନେଇ ନିଜେ ଡ୍ରାଇଭ୍ କରିଥିଲେ । ଆଉ ତାପୁଣି ଏକଦମ୍ ରେସିଂ କାର ଭଳି ଡ୍ରାଇଭ୍ କରିଥିଲେ ।

ଆଉ ମୁଁ କିଛି ବୁଝି ପାରୁ ନଥିଲି ,ଏସବୁ କ’ଣ ହେଉଛି । ସେ ସମୟରେ ମୋ ମା’ ମତେ କହିଥିଲେ ଯେ, ସେ ତୋର ଏପରି ଆଟିଚ୍ୟୁଡରେ ରାଗି ଯାଇଛନ୍ତି ।